ୱିସଡନ ଚୟନ କଲା ଟି-୨୦ ପ୍ଲେଇଂ ଇଲେଭେନ୍ ୨୦୨୨ର ଶ୍ରେଷ୍ଠ ଖେଳାଳି । କିନ୍ତୁ ବିରାଟ କୋହଲିଙ୍କୁ ମିଳିଲା ନାହିଁ ସ୍ଥାନ

ତେବେ ବନ୍ଧୁଗଣ ୱିସଡନ ଘୋଷଣା କଲା ୨୦୨୨ ମସିହାର ବେଷ୍ଟ ଟି-୨୦ ଇଲେଭେନ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ଟିମ୍ ରେ ବିରାଟ କୋହଲିଙ୍କୁ ମିଳିଲା ନାହିଁ ସ୍ଥାନ । ତେବେ ସୂଚନା ଯୋଗ୍ୟ ଯେ ଏହି ଦଳରେ ସାମିଲ୍ ଅଛନ୍ତି ୨ ଭରତୀୟ ଖେଳାଳୀ । ୱିସଡନ ୨୦୨୨ ଆଇ-ସି-ସି ମେନ୍ସ ଟି-୨୦ ଇଣ୍ଟର ନେସନାଲ ଟିମ୍ ଅଫ୍ ଦ ଇୟର ଘୋଷଣା କରିଛି ।

ଏହି ଦଳରେ ବିଶ୍ଵ ଚାମ୍ପିୟନ ଇଂଲଣ୍ଡର ୩ଜଣ ଖେଳାଳୀ ଏଵଂ ଫାଇନାଲ ରେ ପହଞ୍ଚିଥିବା ପାକିସ୍ଥାନ ଦଳର ୩ ଜଣ ଖେଳାଳି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଭାରତର ଦୁଇ ଜଣ ଖେଳାଳି ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜଲାଣ୍ଡର ଜଣେ ଲେଖାଏଁ ଖେଳାଳୀଙ୍କୁ ଚୟନ କରା ଯାଇଛି । ଜସ୍ ବଟଲରଙ୍କୁ ଏହି ଦଳର ଅଧିନାୟକ ତଥା ୱିକେଟ କିପର ଭାବରେ ରଖା ଯାଇଛି । ୱିସଡନ ଜସ୍ ବଟଲର ଏଵଂ ମହମ୍ମଦ ରିଜ୍ୱାନଙ୍କୁ ଅପନିଂ ପାଇଁ ଚୟନ କରିଛନ୍ତି ।

ବନ୍ଧୁଗଣ ତେଣେ ସୂର୍ଯ୍ୟକୁମାର ଯାଦବ ଗ୍ଲେନ୍ ଫିଲପ୍ସ ଏବଂ ଡେବିଡ ବ୍ଲଏରଙ୍କୁ ମଧ୍ୟ ମଧ୍ୟମ କ୍ରମରେ ରଖା ଯାଇଛି । ତେବେ ଟି-୨୦ ବିଶ୍ଵକପରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବିରାଟ କୋହଲି ଦଳରେ ସ୍ଥାନ ପାଇ ନାହାଁନ୍ତି । ଏହି ଦଳରେ ସିକନ୍ଦର, ସାଦବ ଏବଂ କରନ୍ ଙ୍କ ରୂପରେ ତିନି ଜଣ ଅଲରାଉଣ୍ଡର ଅଛନ୍ତି । ବୋଲିଂର ସ୍ପେଶିଆଲିଷ୍ଟ ସ୍ପିନର ଆଦିଲ ରସିଦ ଏବଂ ସ୍ପେଶିଆଲିଷ୍ଟ ଫାଷ୍ଟ ବୋଲର ହାରିସ ରୋପ ଏବଂ ଭୁବନେଶ୍ବର କୁମାର ଅଛନ୍ତି ।

ତେବେ ୱିସଡନଙ୍କ ଦ୍ଵାରା ମନୋନୀତ ହୋଇଥିବା ଟି-୨୦ ଅନ୍ତର୍ଜାତିକ ଦଳରେ ଜସ୍ ବଟଲର ଏଵଂ ମହମ୍ମଦ ରିଜ୍ୱାନ, ସୁର୍ଯ୍ୟକୁମାର ଯାଦବ, ଗ୍ଲେନ୍ ଫିଲିପସ, ଡେଭିଡ ମିଲର୍, ସିକନ୍ଦର ରଜା, ସାଦବ ଖାନ, ସାମ୍ କରଣ, ଆଦିଲ୍ ରସିଦ, ହରିଶ୍ ରୋପ ଏବଂ ଭୁବନେଶ୍ବର କୁମାର ଆଦି ଖେଳାଳି ସ୍ଥାନ ପାଇଛନ୍ତି । କିନ୍ତୁ ବିରାଟ କୋହଲି ସ୍ଥାନ ନ ପାଇବା ସବୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଦୁଃଖ ଦେବା ସହିତ ଆଶ୍ଚର୍ୟ୍ଯ ମଧ୍ୟ କରିଛି

Leave a Reply

Your email address will not be published. Required fields are marked *