କାହିଁକି ଧୋନୀ ହେଲମେଟରେ ଲଗାଉ ନଥିଲେ ଜାତୀୟ ପତାକା? ଜଣାନ୍ତୁ ସମ୍ପୂର୍ଣ କାରଣ

ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି।

ଅନେକ ସମୟରେ ଦେଖିବାକୁ ମିଳିଥାଏ କି କୌଣସି ଖେଳାଳି ଖେଳୁଥିବା ସମୟରେ ସେ ୫୦ ବା ଯାହାକୁ ଆମେ ଅର୍ଦ୍ଧଶତକ ବୋଲି କହିଥାଉ,ଏହା ପୂରଣ ହେବା ମାତ୍ରେ ଖେଳାଳୀମାନେ ବ୍ୟାଟ ଏଵଂ ହେଲମେଟ କୁ ଉପରକୁ ଟେକିଥାନ୍ତି ଏବଂ ଶତକ ପୁରାଣ ହେଲେ ମଧ୍ୟ ସେମାନେ ତାହାକୁ ଅତି ନିଆରା ଢଙ୍ଗରେ ପରିବେଷଣ କରିଥାନ୍ତି।ଏହା ସଚିନ ଙ୍କ ଠାରୁ ଆରମ୍ଭ କରି ବିରାଟ ଙ୍କ ପର୍ଯ୍ୟନ୍ତ ହୋଇଆସୁଛି ଏବଂ ଏହାକୁ ସମସ୍ତ ଦର୍ଶକ ବନ୍ଧୁ ମାନେ ଚାତକ ଭଳି ଅନାଇ ବସିଥାନ୍ତି।କିନ୍ତୁ ଧୋନିଙ୍କ କ୍ଷେତ୍ରରେ ଅନେକ ଥର ଏହା ଦେଖିବାକୁ ମିଳିନଥାଏ।

କାରଣ ସେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ସମ୍ଭବତଃ ସେ ଏହାକୁ ଉପଭୋଗ ନକରି ସେ ଖେଲିଚାଲିଥାନ୍ତି।ଅନେକ ସମୟରେ ସେ ଅର୍ଦ୍ଧଶତକ ପୂରଣ କରିବା ପରେ ମଧ୍ୟ ନିଜ ବ୍ୟାଟକୁ ଟେକି ନଥାନ୍ତି। ତେବେ ଏମିତି ଦେଖିବାକୁ ମିଳିଥିଲା ଯେବେ ଧୋନି ନିଜର କ୍ରୀଡାର ଶେଷ ଅବଧି ଆଡ଼କୁ ଅଗ୍ରସର ହେଉଥିଲେ ସେତେବେଳେ ସେ ଗୋଟିଏ ମ୍ୟାଚରେ ଦଳ ପାଇଁ ଅର୍ଦ୍ଧଶତକ ମାରିବା ପରେ ସେ ନିଜ ହେଲମେଟ ନ ଖୋଲି ସେ ଆଗକୁ ଖେଲିଚାଲିଥିଲେ ଏବଂ ସେ ସେହି ସ୍କୋର କୁ ଶତକ ରେ ପରିଣତ କରିପାରିଥିଲେ ଏବଂ ସେ ସେତେବେଳେ ନିଜ ବ୍ୟାଟ କୁ ଏପରିଭାବରେ ଉପରକୁ ଉଠାଇଥିଲେ ଯେପରି ସେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଅନେକ ସମୟରେ ଧୋନି ବ୍ୟବହାର କରୁଥିବା ହେଲମେଟ ରେ ଭାରତ ଜାତୀୟ ପତାକା ର ଲୋଗୋ ନଥାଏ କାରଣ ସେ ୱିକେଟ କ୍ଷେତ୍ର ରକ୍ଷଣ କରୁଥିବା ସମୟରେ ଅନେକ ଥର ନିଜ ଦ୍ଵାରା ହେଲମେଟ କୁ ନିଜ ପଛରେ ତଳେ ରଖିଥାନ୍ତି।କିନ୍ତୁ ଜଣେ ଭାରତୀୟ ନାଗରିକ ଅନୁଯାୟୀ ନିଜ ଦେଶର ଜାତୀୟ ପତାକାକୁ ତଳେ ପକାଇବ ଅନୁଚିତ।ସେଥିପାଇଁ ସେ କେବେ ନିଜ ହେଲମେଟ ରେ ଭାରତୀୟ ପତାକା କୁ ସ୍ଥାନ ଦିଅନ୍ତି ନାହିଁ।ସେ ଜଣେ ଦେଶର ସୈନିକ ଭାବରେ ମଧ୍ୟ ସ୍ଥାନିତ ହୋଇଛନ୍ତି ସେଥି ପାଇଁ ଏସବୁ ସମ୍ପର୍କରେ ସେ ବହୁତ ତତ୍ପର ରହିଥାନ୍ତି।

Leave a Reply

Your email address will not be published. Required fields are marked *