ଲୋକମାନେ ଏବେ କ୍ରିକେଟକୁ ଖେଳର ମହାପର୍ବ ଭାବରେ ମାନୁଛନ୍ତି।କାରଣ ଏବେ କ୍ରିକେଟ କୁ ଅତି ମାତ୍ରାରେ ପ୍ରଭାବିତ କରିବା ପାଇଁ ଏହାକୁ ଅନେକ ପ୍ରକାରେ ଭାଗ କରିଛନ୍ତି ସେଥିମଧ୍ୟରୁ ଲୋକମାନେ ଏବେ ଟି ୨୦ କୁ ବହୁଳ ମାତ୍ରାରେ ପସନ୍ଦ କରୁଛନ୍ତି କାରଣ ଏଥିରେ ବହୁତ ଶୀଘ୍ର ଫଳାଫଳ ବାହାରିଥାଏ ଏବଂ ଏଥିରେ ବ୍ୟାଟ୍ସମ୍ୟାନ ଏବଂ ବଲର ଙ୍କ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଥାଏ।ଭାରତ ନୁହେଁ ସାର ପୃଥିବୀରେ ଏହା ସମସ୍ତଙ୍କୁ ଘାରିଛି ଭାରତରେ ହେଉଥିବା ଆଇପିଏଲ ଯେଉଁଥିରେ ଆପାତତ ସମୟ ଦେଶର ଖେଳାଳି ଭାଗ ନେଇଥାନ୍ତି ।
ଆଇପିଏଲ ୧୦ ଟି ଦଳ ଭାଗ ନେଇଥାନ୍ତି ଏବଂ ସେହି ଦଳରେ ଖେଳାଳିଙ୍କୁ ସାମିଲ କରିବା ପାଇଁ BCCI ଦ୍ଵାରା ଅକ୍ସନ ର ଆୟୋଜନ ହୋଇଥାଏ।ସେଥିରେ ସମସ୍ତ ଦଳ ନିଜ ପସନ୍ଦ ର ଖେଳାଳିଙ୍କୁ ଉଚିତ୍ ମୂଲ୍ୟ ଦେଇ କିଣିଥାନ୍ତି ।ସେଥି ମଧ୍ୟରୁ ରୟାଲ ଚାଲେଞ୍ଜର ବାଙ୍ଗାଲୋର ଏମିତି ଦଳ ଯେଉଁ ଦଳ ର ପ୍ରଶଂସକ ବହୁଳ ମାତ୍ରାରେ ଦେଖାଯାଇଥାନ୍ତି ତାହା କେବଳ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ।ବିରାଟ ପ୍ରଥମରୁ ବାଙ୍ଗାଲୋର ରେ ଖେଲିଆସୁଛନ୍ତି।ଏବଂ ସେ ବାଙ୍ଗାଲୋର ଟିମ୍ ର ଅଧିନାୟକ ମଧ୍ୟ ରହିଛନ୍ତି।କିନ୍ତୁ ଗତ ବର୍ଷ ସେ ଦଳରୁ ଅଧିନାୟକ ପଦ ରୁ ଓହରି ଯାଇଛନ୍ତି।

ବିରାଟ ଅନେକ ଥର ଭଲ ବ୍ୟାଟିଂ ପ୍ରଦର୍ଶନ କରି ନିଜ ଦଳକୁ ବିଜୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଏବଂ ଏଥିରେ ତାଙ୍କୁ ତାଙ୍କ ସହଯୋଗୀ ଖେଳାଳି ଗେଲ ଏବଂ ଏବି ଡିଭିଲିୟର୍ସ ମଧ୍ୟ ସାହାଯ୍ୟ କରିଥାନ୍ତି ।ଏବେ ଏହି ଦୁଇ ଖେଳାଳି ଟିମ୍ ରେ ନାହାଁନ୍ତି ତାଙ୍କ ସ୍ଥାନ ନେବା ପାଇଁ ଡୁପ୍ଲେଶିସ ଏବଂ ମ୍ୟାକ୍ସ୍ୱେଲ ଆସିଛନ୍ତି।ଗତ ବର୍ଷ ବିରାଟ ୩ ନମ୍ବର ରେ ବ୍ୟାଟିଂ କରିବାକୁ ଆସୁଥିଲେ କିନ୍ତୁ ଚଳିତ ବର୍ଷ ବିରାଟ ପାଳି ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି ଏବଂ ଏହା ମଧ୍ୟ ଶୁଣିବାକୁ ମିଳୁଛି କି ବାଙ୍ଗାଲୋର ଏହି ବର୍ଷ ଟ୍ରଫି କୁ ନିଜ ନାମ ରେ କରିପାରେ।
କାରଣ ସେ ଏହି ବର୍ଷ ୪ ଜଣ ଅଲ୍ ରାଉଣ୍ଡରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଏବଂ ଏହି ଟିମ୍ ରେ ଭଲ ବଲର ମଧ୍ୟ ସାମିଲ ଅଛନ୍ତି।ଡୁପ୍ଲେଶିସ ଙ୍କ ଅଧିନାୟକ ବଳରେ ଏହି ବର୍ଷ ବାଙ୍ଗାଲୋର ବିଜୟୀ ହେବା ବୋଲି ଆଶା ପୋଷଣ କରିଛି।ଚଳିତ ବର୍ଷ ବାଙ୍ଗାଲୋର ଟିମ୍ ରେ ଏହି ୧୧ ଜଣ ଖେଳିବାକୁ ନେଇ ସୂଚନା ପ୍ରକାଶ ପାଇଛି, ସେମାନଙ୍କ ନାମ ହେଉଛି ବିରାଟ କୋହଲି,ଡୁପ୍ଲେଶିସ, ମ୍ୟାକ୍ସ୍ୱେଲ ,କାର୍ତ୍ତିକ, ସହବାଜ ଅହମଦ, ଟପ୍ଲୀ, ସିରାଜ୍, ୱାଶିଂଟନ୍ ସୁନ୍ଦର, ହର୍ଷଲ ପଟେଲ, ରଜତ ପାଟିଦାର ଏବଂ ୱାନିନ୍ଦୁ ହସରଙ୍ଗା।ଏଣୁ ଏହି ୧୧ ଜଣ ଖେଳାଳୀଙ୍କ ଉପରେ ନଜର ରହିବ ବାଙ୍ଗାଲୋର ଟିମ୍ ର ପ୍ରଶଂସକ ନକର ଏବଂ ଚେଷ୍ଟା ରହିବ ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି କୁ ନିଜ ନାମରେ କରିବା ପାଇଁ