ଆମ ଦେଶ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର।ଏଠାରେ ଦେଶବାସୀ ଦେଶର ଉନ୍ନତି ଓ ବିକାଶ ପାଇଁ ନିଜ ନିଜର ନେତାଙ୍କୁ ଚୟନ କରିଥାନ୍ତି।ନିର୍ବାଚନ ସମୟ ରେ ନେତା ମାନେ ଅନେକ ପ୍ରକାରର ପ୍ରତିଶୃତି ଦେଇଥାନ୍ତି। ନିର୍ବାଚନ ପରେ କିଛି କିଛି ପ୍ରତିଶୃତି ପୁରାଣ ହୁଏ କିଛି କିଛି ହୁଏନାହିଁ।ତେବେ ପ୍ରତିଶୃତି ପୂରଣ ନ ହେଲେ ଲୋକ ମାନେ ଅନଶନ କରନ୍ତି।ବିଭିନ୍ନ ଲୋକ ମାନେ ବିଭିନ୍ନ ଶୈଳୀ ରେ ଅନଶନ ରେ ବସିଥାଆନ୍ତି।ତେବେ ଆଜି ଆମେ ଆପଣଙ୍କୁ ଯାହା କଥା କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ସମାଜସେବୀ ମୁକ୍ତିକାନ୍ତ ବିଶ୍ଵାଳ ଯିଏ ରାଉଲକେଲାରୁ ଚାଲି ଚାଲି ଆସିଥିଲେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପାଇଁ ଓ ସେ ଦେଇଥିବା ପ୍ରତିଶୃତି ମନେ ପକାଇବା ପାଇଁ ଆସି ଶିଶୁ ଭବନ ଆଗରେ ସାତ ଦିନ ଧରି ବସି ରହିଥିଲେ। ତେବେ ଶେଷରେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା।ତେବେ ଆସନ୍ତୁ ଜାଣିବା କିପରି ଉଦ୍ଧାର କରାଗଲା ମୁକ୍ତିକାନ୍ତ ଙ୍କୁ।
ପାଠକବନ୍ଧୁ ଘଟଣା ଟି ଏପରି ସମାଜସେବୀ ମୁକ୍ତିକାନ୍ତ ବିଶ୍ଵାଳ ରାଉଲକେଲାରୁ ୩୦ଦିନ ଧରି ଚାଲି ଚାଲି ଆସିଥିଲେ ରାଜଧାନୀ ଭୁବନେଶ୍ଵର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ।ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସେଠାକୁ ଆସିଥିଲା।ଅଗ୍ନିଶମ ବାହିନୀର ର କର୍ମଚାରୀ ଙ୍କ ଅନୁସାରେ,ସେମାନେ ପ୍ରଥମେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ କିପରି ଭାବରେ ତାଙ୍କୁ ବଞ୍ଚାଇ ପାରିବେ।ତାପରେ ତାଙ୍କର କେତେକ କର୍ମଚାରୀ ପ୍ରଥମେ ତଳୁ ହୋର୍ଡ଼ିଂ କୁ ଚଢ଼ିଥିଲେ। ତାଙ୍କ ପାଖରେ ପହଞ୍ଚି ତାଙ୍କୁ କଥା ରେ ମଗ୍ନ କରିବାକୁ ଚେଷ୍ଟା କରିଥିଲେ।କିନ୍ତୁ ମୁକ୍ତିକାନ୍ତ ନିଜ ଉପରେ ଡିଜେଲ୍ ଢାଳି ନିଜକୁ ଜ-ଳା-ଇଦେବେ ବୋଲି ଧ-ମ-କ ଦେଇଥିଲେ।
ସେତେବେଳେ ଅନ୍ୟ କର୍ମଚାରୀ ଏକ ହାଇଡ୍ରୋଲିକ ଗାଡ଼ିରେ ଉପରକୁ ଯାଇ ତାଙ୍କ ଉପରେ ପାଣି ଢାଳିଥିଲେ ଯାହା ଦ୍ଵାରା ସେ ସମ୍ପୂର୍ଣ ଓଦା ହୋଇ ଯାଇଥିଲେ।ଏହା ପରେ ତଳେ ଥିବା କର୍ମଚାରୀ ତାଙ୍କ ଗୋଡ଼କୁ ଜାବୁଡି ଧରିଥିଲେ।ତାପରେ ହାଇଡ୍ରଲିକ ଗାଡ଼ିରେ ଉପରକୁ ଉଠିଥିବା କର୍ମଚାରୀ ତାଙ୍କୁ କାବୁ କରି ତଳକୁ ଆଣିଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ କୁ ପଠାଇ ଦିଆଯାଇଥିଲା ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ।ତେବେ ହସ୍ପିଟାଲ କୁ ନେବା ବେଳେ ମଧ୍ୟ ସେ କହିଥିଲେ ଯେ ସେ ରାଉଲକେଲା ଓ ସୁନ୍ଦରଗଡ଼ ପାଇଁ ଏମିତି ନିଜର ଲଢେ଼ଇ ଜାରି ରଖିବେ।ତାଙ୍କୁ ଗି-ର-ଫ କଲେ ମଧ୍ୟ ସେ ଜେଲ୍ ରେ ଅନଶନ କରି ରଖିବେ,ଯେତେ ପର୍ଯ୍ୟନ୍ତ ତାଙ୍କର ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନିଆ ନ ଯାଇଛି।