ଏହି ଦୁନିଆରେ ବିଭିନ୍ନ ପ୍ରକାର ଖେଳ ରହିଛି।ସବୁ ଲୋକ ମାନଙ୍କର ସବୁ ଖେଳ ପ୍ରତି ଆଗ୍ରହ ରହିନଥାଏ କି ସେମିତି ସମସ୍ତଙ୍କ ପାଖରେ ସମାନ ପ୍ରତିଭା ରହିନଥାଏ।ତେବେ ଆଜିର ସମୟ ରେ ଯେଉଁ ଖେଳ ପ୍ରତି ସମସ୍ତଙ୍କର ଆଗ୍ରହ ଦେଖାଯାଉଛି ସେହି ଖେଳ ହେଉଛି କ୍ରିକେଟ୍।ଖେଳାଳି ମାନେ ମଧ୍ୟ ଭଲ ପ୍ରଦର୍ଶନ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି।ତେବେ ଏବେ ଯେଉଁ ଭାରତୀୟ ଖେଳାଳି ରଣଜୀ ଟ୍ରଫି ରେ ନିଜର ଧମାଲ ପ୍ରଦର୍ଶନ ପାଇଁ ଚର୍ଚ୍ଚା ରେ ରହିଛନ୍ତି।
ସେ ହେଉଛନ୍ତି ଭାରତୀୟ ଦଳ ର ମିଷ୍ଟର ୩୬୦ ସୂର୍ଯ୍ୟ କୁମାର ଯାଦବ।ସେ ଟି-୨୦ ରେ ବିଶ୍ଵ ର ନମ୍ବର ୧ ଖେଳାଳି ହେବା ସହ ରଣଜୀ ରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି।ଖେଳାଯାଉଥିବା ରଣଜୀ ଟ୍ରଫି ରେ ସୂର୍ଯ୍ୟ କୁମାର ମୁମ୍ବାଇ ଦଳ ରେ ସାମିଲ ହୋଇଛନ୍ତି।ଏହି ଟୁର୍ଣ୍ଣାମେଣ୍ଟରେ ୨୬ ତମ ମ୍ୟାଚ୍ ମୁମ୍ବାଇ ଏବଂ ହାଇଦ୍ରାବାଦ ମଧ୍ୟ ରେ ଖେଳ ହୋଇଥିଲା।ଏହି ମ୍ୟାଚ୍ ରେ ମଧ୍ୟ ସେ ନିଜର ଆନ୍ତର୍ଜାତୀୟ ଫର୍ମ ବଜାୟ ରଖି ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ସେ ୮୦ ବଲ ରେ ୯୦ ରନ୍ କରିବା ସହ ବିସ୍ଫୋରକ ବ୍ୟାଟିଂ କରିଥିଲେ।ଏହି ସମୟ ରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୧୨.୫୦ ଥିଲା।ଏହି ମ୍ୟାଚ୍ ରେ ସେ ୩ ନମ୍ୱର୍ ରେ ଖେଳିବାକୁ ଆସିଥିଲେ।ମୁମ୍ବାଇ ର ୨୩ ରନ୍ ରେ ଏକ ୱିକେଟ୍ ପଡ଼ି ଏକ ଝଟକା ଲାଗିଥିଲା।ପରେ ସୂର୍ଯ୍ୟ କୁମାର ଆସି ଯଶସ୍ୱୀ ଜଶୱାଲ ଙ୍କ ସହ ମିଶି ଇନିଂସ କୁ ଆଗେଇ ନେଇଥିଲେ।ଏହି ମ୍ୟାଚ୍ ରେ ସେ ୧୫ ଟି ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି।
ଅର୍ଥାତ୍ ସେ ଚୌକା ଏବଂ ଛକା ଆଧାର ରେ ୧୬ ଟି ବଲ ରେ ୬୬ ରନ୍ କରିଛନ୍ତି।ନିକଟ ରେ ସେ ଭାରତୀୟ ଦଳ ରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଚାହାନ୍ତି।ସେ ଆହୁରି କହିଛନ୍ତି ଯେ ଆପଣ ଯେତେବେଳେ ରାଜ୍ୟ ପାଇଁ ଖେଳିଥାନ୍ତି ସେତେବେଳେ ପ୍ରଥମେ ରେଡ୍ ବଲ ରେ ଖେଳିଥାନ୍ତି ପରେ ତାହା ବଢ଼ି ଧଳା ବଲ ପର୍ଯ୍ୟନ୍ତ ଯାଇଥାଏ।ଆଉ ସେ ଭାବନ୍ତି ଯେ ଏହା ଏକ ବଡ଼ ପ୍ଲାଟଫର୍ମ ଆଉ ସେ ସେଥିରେ ଖେଳିବା ପାଇଁ ମଜା ଅନୁଭବ କରିଥାନ୍ତି।