ସୋସିଆଲ ମିଡ଼ିଆରେ ଅନେକ ସବୁ କଥା ଭାଇରାଲ୍ ହୋଇଥାଏ, ଆଉ ଅନେକ ଲୋକମାନେ ଏଠାରେ ସବୁବେଳେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। ତେବେ ଫିଲ୍ମ ଷ୍ଟାର, ସିଙ୍ଗର୍ ଓ ଡ୍ୟାନ୍ସର୍ ମାନେ ଏଠାରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଆମ ଓଡ଼ିଶାରେ ବି ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର କିଛି କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।
ଏହି କିଛିଦିନ ତଳେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଖୁବ୍ ଚର୍ଚ୍ଚାରେ ଥିଲେ କାରଣ ତାଙ୍କ କାର୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଥିଲା।ଏହି କିଛି ମାସ ତଳେ ରାନୀ ପଣ୍ଡାଙ୍କ ଗାଡି ରାତିରେ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା ଯାହା ଫଳରେ କି ସେହି ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା, ତାଙ୍କର ନାମ ଥିଲା ସୁକାନ୍ତ।ସୁକାନ୍ତଙ୍କ ମୃ-ତ୍ୟୁ ପରେ ତାଙ୍କ ମାଆ, ସ୍ତ୍ରୀ ଓ ତିନି ବର୍ଷର ଛୁଆ ରହୁଥିଲେ। ଏହି କିଛିଦିନ ହେବ ପେଜ କଡାରେ ପଡି ସୁକାନ୍ତଙ୍କ ତିନି ବର୍ଷର ପୁଅଙ୍କର ମଧ୍ୟ ମୃ-ତ୍ୟୁ ହୋଇ ଯାଇଛି।
ବାପ ଯିବାର ଲୁହ ମାଆ ଆଖିରୁ ଶୁଖି ନଥିବା ବେଳେ ଏବେ ତିନି ବର୍ଷର ପୁଅ ମଧ୍ୟ ମାଆ କୁ ଛାଡି ଚାଲିଗଲା। ଏବେ ସେହି ଲୋକଟିର କି ଅବସ୍ଥା ହେଉଥିବ ଯିଏ ନିଜ ସ୍ୱାମୀକୁ ତ ହରାଇଲା ସ୍ୱାମୀ ଯିବାର ଦୁଃଖ ମନରୁ ନ ଲିଭୁଣୁ ପୁଅ ମଧ୍ୟ ଛାଡି ଚାଲିଗଲା। ଆଉ ସୁକାନ୍ତଙ୍କ ମାଆଙ୍କ କଥା ତ କିଛି ଆକଳନ ବି କରିହେବ ନାହିଁ। କାରଣ ପୁଅ ତ ଯାଇଥିଲା ଏବେ ନାତି ଚାଲିଗଲା ପରେ ତାଙ୍କ ବଂଶ ଏକ ପ୍ରକାରର ଶେଷ ହୋଇଗଲା।