କେତେ ସୁନ୍ଦର ଆମର ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ଭୁବନେଶ୍ୱର ଆଜି ଶିକ୍ଷାର ହବ୍ ପାଲଟିଛି । ମାତ୍ର ଆଜି ରାଜଧାନୀ କିଛି ଅସାଧୁ ଲୋକଙ୍କ ପାଇଁ ମରଣମୁଖକୁ ଚାଲିଯାଇଛି । ରାଜ୍ୟ ବାହାରର ବେପାରୀ, ଭିକାରୀମାରେ ଏଠାରେ ନିଜର ଆଡ୍ଡା ଜମାଇ ସାରିଲେଣି । ଆମ ରାଜଧାନୀ କ’ଣ ଏତେ ଶସ୍ତା । ଏଠାକୁ ଯିଏ ପାରିବ ସିଏ ଆସିବ, ଆଉ ନକଲି ଜିନିଷ ଦେଇ ଆମକୁ ଭକୁଆ ବନେଇ ଦେଇ ଚାଲିଯିବ ।
ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ଲାଜ୍ୟାଜନକ ଘଟଣା ସମ୍ନାକୁ ଆସିଛି ତାହା ହେଉଛି କଲିକତା ମେଦିନୀପୁରରୁ କିଛି ଅଣ ଓଡିଆ ଆସି ନକଲି ଆଇ କାର୍ଡ ଦେଖାଇ ଏଠାରେ ଭିକ୍ଷା ବୃତ୍ତି କରୁଛନ୍ତି । ଯାହାର ଏକ ଭିଡ଼ିଓ ବନାଇ ଜଣେ ଯୁବକ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏଭଳି ଘଟଣା ଲୋକଲୋଚନକୁ ଆସିଛି । ତେବେ ବନ୍ଧୁଗଣ ଉକ୍ତ ଭିଡ଼ିଓ ଯାହା ଦେଖିବାକୁ ମିଳିଛି ତାହା ହେଉଛି ଜଣେ ଯୁବକ ଧଳା ବସ୍ତ୍ର ପରିଧାନ କରିଛନ୍ତି ।
କେବଳ ସେତିକି ନୁହେଁ ମୁଣ୍ତରେ ଚନ୍ଦନ ତିଳକ ମଧ୍ୟ ମାରିଛନ୍ତି । କାନ୍ଧରେ ଝୋଲି ଗୋଟେ ଟାଙ୍ଗିଛନ୍ତି । ଆଉ ଆସି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି । ସେଇଠୁ ଉକ୍ତ ଯୁବକ ଜଣକ କେଉଁଠାରୁ ଆସିଛ ଏବଂ ନିଜର ଆଇଡି କାର୍ଡ ଦେଖାଇବାକୁ କହିବାରୁ । ଭଣ୍ଡ ଲୋକଟି କଲିକତାରୁ ଆସିଛି ଏଵଂ ନିଜ ନକଲି ଆଇଡି କାର୍ଡ ଦେଖାଇଲା । ଯେଉଁଥିରେ ନାମ ବାସୁଦେବ ସାମନ୍ତ ବୋଲି ଲେଖା ଯାଇଥିଲା ।
ତେବେ ବ୍ୟକ୍ତି ଜଣକ କାମ ନ କରି କଣ ପାଇଁ ଟଙ୍କା ମାଗୁଛ ବୋଲି କହିବାରୁ ଭଣ୍ଡ ବ୍ୟକ୍ତି ଜଣକ କହିଥିଲେ ମୁଁ ପୁରୀ ଯାଇଥିଲି ଜଗନ୍ନାଥ ଦର୍ଶନ କରିବାକୁ ସେଠାରୁ ଗଙ୍ଗାସର ଯାଉଛି । ସେଥିପାଇଁ ଖର୍ଚ୍ଚ ବାର୍ଚ ପାଇଁ ମାଗୁଛି । ଦୁଃଖିଙ୍କୁ ଦାନ କଲେ ପୂଣ୍ୟ ହେବ । ତେବେ ବ୍ୟକ୍ତି ଜଣକ କହିଥିଲା ଆମ ଓଡ଼ିଶା ଲୋକ କଣ ଯାଇକି ସେଠାରେ ଭିକ ମାଗୁଛନ୍ତି କି ତେବେ କଣ ପାଇଁ ତୁମେ କଲିକତାରୁ ଆସି ଏଠାରେ ମିଛ ଆଇଡି କାର୍ଡ ଦେଖାଇ ଲୋକଙ୍କୁ ଠକି ଟଙ୍କା ମାଗୁଛ । ହାତ ଗୋଡ଼ ଭଲ ଅଛି କାମ କର ବୋଲି କହିଥିଲେ । ତେବେ ଆପଣମାନେ ମଧ୍ୟ ଏଭଳି ଠକାମୀ ଠାରୁ ଦୂରେଇ ରୁହନ୍ତୁ