ବନ୍ଧୁଗଣ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା ଆହତ ହୋଇଥିଲେ । ଏହା ପରେ ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳି ପାରି ନଥିଲେ । ଏବେ ଖବର ଆସୁଛି ଯେ ଅଧିନାୟକ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଖେଳିବେ ନାହିଁ । ତାଙ୍କ ଆଙ୍ଗୁଠି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଠିକ୍ ହୋଇନାହିଁ । ଏହି କାରଣରୁ, ଦଳ ପରିଚାଳନା ତାଙ୍କ ବିଷୟରେ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ରୋହିତ ଏବେ ମଧ୍ୟ ଭାରତରେ ଅଛନ୍ତି ଏବଂ ବାଂଲାଦେଶ ଯାଇ ନାହାଁନ୍ତି ।
ତେବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୋଟ ୨ ଟି ଟେଷ୍ଟ ଅନୁଷ୍ଠିତ ହେବ । ଭାରତୀୟ ଦଳ ବର୍ତ୍ତମାନ ୧-୦ ରେ ଆଗରେ ରହିଛି । ଦଳ ବର୍ତ୍ତମାନ ୨-୦ ରେ ସିରିଜ୍ ଜିତିବା ଉଦ୍ଦେଶ୍ୟରେ ଦ୍ଵିତୀୟ ମ୍ୟାଚ ଖେଳିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତୀୟ ଦଳର ଆସନ୍ତା ୫ ଟି ଟେଷ୍ଟ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କୁ ଆଗାମୀ ଟେଷ୍ଟରେ ନ ଖେଳାଇବା ପାଇଁ ଡାକ୍ତରୀ ଦଳ ମ୍ୟାନେଜମେଣ୍ଟଙ୍କୁ କହିଛନ୍ତି ।

ତେଣୁ ସୂଚନାଯୋଗ୍ୟ ଯେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ ପଡ଼ିଲେ ରୋହିତ ଶର୍ମା । ଆହତ କାରଣରୁ ତାଙ୍କୁ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ କେଏଲ୍ ରାହୁଲ କ୍ୟାପ୍ଟେନ୍ ଦାୟିତ୍ୱ ପୁଣିଥରେ ସମ୍ଭାଳିବେ । ଆହତ କାରଣରୁ ତାଙ୍କୁ ପ୍ରଥମେ ଦିନିକିଆ ସିରିଜର ଶେଷ ମ୍ୟାଚ୍ରେ ବିଶ୍ରାମ ଦିଆ ଯାଇଥିଲା । ଶୀଘ୍ର ସୁସ୍ଥ ହେବା ପରେ ସେ ଟେଷ୍ଟ ସିରିଜ୍ରେ ଖେଳିବେ ବୋଲି ଆଶା କରାଯାଉଥିଲା ।
କିନ୍ତୁ ଆହତ କାରଣରୁ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ବି ଖେଳିପାରି ନଥିଲେ । ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବି ଖେଳିପାରିବେ ନାହିଁ । ରୋହିତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାନେଜ୍ମେଣ୍ଟ ତାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ ଦେଇଛି । ଡିସେମ୍ବର ୨୨ ତାରିଖରେ ବାଂଲାଦେଶ ମୀରପୁରରେ ଭାରତ-ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳା ଯିବାକୁ ଅଛି । ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଦଳ ୧-୦ରେ ଆଗୁଆ ରହିଛି । ଯଦି ଆସନ୍ତା ଟେଷ୍ଟ ମ୍ୟାଚ୍ ଜିତିଲା ତେବେ ଇଣ୍ଡିଆ ସିରିଜ୍ ହାତେଇବ । ଅନ୍ୟପକ୍ଷେ ରୋହିତ ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଓଡିଆଇ ଏବଂ ଟି-୨୦ ସିରିଜରେ ଖେଳିବାର ସମ୍ଭାବନା ରହିଛି । ଏହି ସିରିଜ୍ ୩ ଜାନୁଆରୀରୁ ଆରମ୍ଭ ହେଉଛି