ବାବୁସାନ୍ କିଏ ? ବାବୁଶାନ୍ ଙ୍କୁ ସ୍ପାଇନଲେସ କହିଲେ ପ୍ରକୃତି ମିଶ୍ର ଏମିତି କହିବାର କାରଣ କଣ ପଢନ୍ତୁ ସମ୍ପୂର୍ଣ ଖବର

ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ସେହିପରି ଏକ ଘଟଣା ଘଟିଯାଇଛି ଆମ ରାଜ୍ୟ ଓଡ଼ିଶାରେ।ଓଡ଼ିଶା ସିନେ ଅଭିନେତା ବାବୁସାନ୍ ମହାନ୍ତି ଙ୍କୁ କିଆ ବା ସିନେ ପ୍ରେମୀ ନ ଜlଣେ।ମାତ୍ର ସିନେ ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କୁ ଜାଣିନାହାନ୍ତି ଓ ସେ କିଏ ବୋଲି ଗଣମାଧ୍ୟମକୁ ପ୍ରଶ୍ନ କରିଥିଲେ। ବାବୁସାନ୍ ଙ୍କୁ ସ୍ପାଇନଲେସ ବା ଅମେରୁଦଣ୍ଡି କହିଲେ ପ୍ରକୃତି ମିଶ୍ର ।

ବାବୁସାନ୍ ଙ୍କ ନାଁ ଶୁଣି ଇଗ୍ନୋର ମଧ୍ୟ କଲେ ,ଚିହ୍ନିକି ଉଠିଲେ ପ୍ରକୃତି।ବାବୁସାନ୍ – ପ୍ରକୃତି ବିବାଦକୁ ଅନେକ ଦିନ ବିତିଛି ସତ । କିନ୍ତୁ ଏ ବିବାଦର ନିଆଁ ଏଯାଏ ଲିଭିନି।ଏହା ପ୍ରକୃତିଙ୍କ କଥା ରୁ ସ୍ପଷ୍ଟ ହଇଛି। ଲାଗୁଛି ବାବୁସଙ୍କ ଉପରେ ଏବେବି ନାରାଜ ଅଛନ୍ତି ପ୍ରକୃତି। ବାବୁସାନ୍ ଙ୍କ ଦମନ ମୋଭୀ ବିଷୟରେ ପଚlରିଲେ ପ୍ରକୃତି କହିଛନ୍ତି ଯେ ଟାଇମ ମିଳୁନଥିବାରୁ ସେ ଦେଖିପରିନାହାନ୍ତି। ପ୍ରକୃତିଙ୍କ ନିଉ ଫିଲ୍ମ କବିସହ ପ୍ରେମର ଆରମ୍ଭ ର ପ୍ରମୋସନ ବେଳେ ସେ ଏହି କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଓଡ଼ିଆ ଫିଲ୍ମ ବିଷୟରେ ବହୁତ୍ କିଛି କହିଥିଲେ ମାତ୍ର ଦମନ ଫିଲ୍ମ ଦେଖିଛନ୍ତି ନାହିଁ ପଚlରିବାରୁ ତାଙ୍କୁ ଟାଇମ ମିଳିନାହିଁ ସେ ଦେଖିନାହାନ୍ତି ବୋଲି କହିଥିଲେ।ମାତ୍ର ପ୍ରତୀକ୍ଷା ଫିଲ୍ମ ଦେଖିଛନ୍ତି ଓ ବହୁତ୍ ଭଲ ଫିଲ୍ମ ହେଇଛି ବୋଲି କହିଥିଲେ।ଏପଟେ ଦମନ ଫିଲ୍ମ ବିଷୟରେ ପଚାରିବାରୁ ସେ ତାଙ୍କୁ ତାଙ୍କ ଫିଲ୍ମ ବିଷୟରେ ପଚାରିବାକୁ କହିଥିଲେ।କେବଳ ଏତିକି ନୁହଁ ବାବୁସାନ୍ ଙ୍କ ନାଁ ଶୁଣି ଅଜବ ପ୍ରକାର ରେଏକ୍ସନ ଦେଇଥିଲେ ପ୍ରକୃତି।ସେହିପରି ବାବୁସାନ୍ ଙ୍କ ନାଁ ଶୁଣି ସେ କିଏ କିଏ ବୋଲି ପ୍ରଶ୍ନ କରିଥିଲେ ପ୍ରକୃତି।

ଏଥିରୁ ଜଣା ପୋଡ଼ୁଛି ଏବେବି ବାବୁସଙ୍କ ଉପରେ ନାରାଜ ଅଛନ୍ତି ପ୍ରକୃତି।ଏହା ସହ ତାଙ୍କୁ ସ୍ପାଇନଲେସ କହିବାକୁ ମଧ୍ୟ ପଛାଇ ନଥିଲେ ପ୍ରକୃତି।କିଛି ଦିନ ତଳେ ବାବୁସାନ୍ ଓ ପ୍ରକୃତି ଚେନ୍ନଇ ଯାଉଥିବା ବେଳେ ବାବୁସlଙ୍କ ସ୍ତ୍ରୀ ଏବଂ ପ୍ରକୃତି ମଧ୍ୟରେ ବଚସା ହେଇଥିଲା।ପରେ ଏହି ଘଟଣାକୁ ନେଇ ବହୁତ୍ ଚର୍ଚ୍ଚା ଓ ଆଲୋଚନା ହେଇଥିଲା।ପ୍ରକୃତିକୁ ନେଇ ବାବୁସାନ୍ ଙ୍କ ସ୍ତ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଘଟଣା କିଛି ଦିନ ପରେ ଶାନ୍ତ ପଡିଥିଲା।ମାତ୍ର ଯାହା ଜଣା ଯାଉଛି ଏହି ନିଆଁ ଏଯାଏ ପ୍ରକୃତିଙ୍କ ମୋନରୁ ଲିଭିନାହିଁ।

Leave a Reply

Your email address will not be published. Required fields are marked *