“ପାକିସ୍ତାନ ଦର୍ଶକ ବିରାଟ କୋହଲିଙ୍କୁ ପାକିସ୍ତାନରେ ଖେଳିବା ପାଇଁ ଚାହୁଁଛନ୍ତି” ; ପୁଣିଥରେ ପିସିବି ପୂର୍ବତନ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନ

ଇଂଲଣ୍ଡ ପାକିସ୍ତାନକୁ ଘରୋଇ ଗ୍ରାଉଣ୍ଡରେ 3-0 ରେ ଟେଷ୍ଟ ସିରିଜ ହରାଇବା ପରେ ପାକିସ୍ତାନ କ୍ରିକେଟ ବୋର୍ଡରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି | ପିସିବି ମୁଖ୍ୟ ରମିଜ ରାଜାଙ୍କୁ ବରଖାସ୍ତ କରାଯାଇଅଛି | ତାଙ୍କ ସହ ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ୱାସିମଙ୍କ ସମେତ ସମଗ୍ର ଚୟନ କମିଟିକୁ ମଧ୍ୟ ବିଦା କରାଯାଇଛି | ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ନଜାମ ସେଠୀ ବୋର୍ଡର ସମ୍ବିଧାନ ପରିବର୍ତ୍ତନ କରି ପୁରୁଣା ସମ୍ବିଧାନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି |

ରମିଜ ରାଜା ପଦରୁ ଓହରିଯିବା ପରେ ପାକିସ୍ତାନ ବୋର୍ଡ ବିରୁଦ୍ଧରେ ସ୍ୱର ଉତ୍ତଳନ କରିଛନ୍ତି ଏବଂ କେତେକ ସମ୍ବେଦନଶୀଳ ବୟାନ ଜାରି କରିଛନ୍ତି | ସଭାପତି ଥିବା ସମୟରେ ଭାରତ ବିପକ୍ଷରେ ବହୁତ ଥର ଆପତ୍ତି ଜନକ ଟିପ୍ପଣୀ ଦେଇ ସେ ପୂର୍ବରୁ ବହୁବାର ଚର୍ଚ୍ଚାରେ ରହି ଆସିଛନ୍ତି | ଆସନ୍ତା 2023 ରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପରେ ଭାରତୀୟ ଦଳ ପାକିସ୍ତାନକୁ ଗସ୍ତ କରିବାକୁ ମନା କରିଦେଇଥିଲା ଏବଂ ଏହାର ପ୍ରତି ବଦଳରେ ପାକିସ୍ତାନ ଦଳ ଦିନିକିଆ ବିଶ୍ୱକପ ପାଇଁ ଭାରତକୁ ଗସ୍ତ କରିବ ନାହିଁ ବୋଲି ରମିଜ ରାଜା ଧମକ ଦେଇଥିଲେ |

ଏବେ ସଭାପତି ପଦରୁ ବିଦା ହେବାପରେ ପୁଣି ଏକ ବଡ଼ ବୟାନ ଜାରି କରିଛନ୍ତି | ଏଥର କିନ୍ତୁ ସେ ତାଙ୍କ ଟିପ୍ପଣୀରେ ବିରାଟ କୋହଲି ଏବଂ ବାବର ଆଜମଙ୍କୁ ଅନ୍ତର୍ଭୁକ୍ତ କରାଇଛନ୍ତି | ଆପଣଙ୍କୁ କହି ରଖୁଛୁ କି ରମିଜ ରାଜା ନିଜ ୟୁଟ୍ୟୁବ ଚ୍ୟାନେଲରେ ବିଭିନ୍ନ ସମୟରେ କ୍ରିକେକୁ ନେଇ ଚର୍ଚ୍ଚା କରିଥାନ୍ତି | ଏବେ ପଦରୁ ବିଦା ହେବାପରେ ସେ ପୁଣିଥରେ ନିଜ ଚ୍ୟାନେଲକୁ ଫେରିଛନ୍ତି |

ତାଙ୍କ ଚ୍ୟାନେଲ ରମିଜ ସ୍ପିକ୍ସରେ ଏକ ଭିଡିଓରେ ରମିଜ ରାଜା କହିଛନ୍ତି ଯେ, ପାକିସ୍ତାନର ଲୋକମାନେ କେ.ଏଲ ରାହୁଲ ଏବଂ ବିରାଟ କୋହଲିଙ୍କୁ ପାକିସ୍ତାନରେ ଖେଳିବାର ଦେଖିବାକୁ ଚାହୁଁଛନ୍ତି ଏବଂ ଭାରତର ଲୋକମାନେ ବାବର ଆଜାମ, ଶାହିନ ଆଫ୍ରିଦିଙ୍କୁ ଭାରତରେ ଖେଳୁଥିବାର ଦେଖିବାକୁ ଚାହୁଁଛନ୍ତି”|

ତେବେ ଆପଣଙ୍କୁ କହି ରଖୁଛୁ କି ପିସିବି ଅଧ୍ୟକ୍ଷ ଥିବାବେଳେ ରମିଜ ରାଜା ଭାରତ ବିରୋଧରେ ଅନେକ ଥର ବହୁତ କଡ୍ଡା କଥା କହିଛନ୍ତି | କିନ୍ତୁ ୟୁଟ୍ୟୁବରେ ପ୍ରତ୍ୟାବର୍ତ୍ତନ କରିବା ପରେ ରମିଜ ପୁଣିଥରେ ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି | ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ କ୍ରିକେଟ ଦଳକୁ ପାକିସ୍ତାନ ଯିବାକୁ ଅନୁମତି ମିଳୁନାହିଁ

Leave a Reply

Your email address will not be published. Required fields are marked *