ପୁଅର ଆଖି କାନ ମୋ ଭଳିଆ, କହିଲେ ସିଦ୍ଧାନ୍ତ ମହାପାତ୍ର

ଆଜିର ଦୁନିଆ ଖୁବ୍ ଆଗକୁ ବଢ଼ିଲାଣି ଆଉ ଲୋକ ବହୁତ ଶିକ୍ଷିତ ହୋଇ ଆଗକୁ ଗଲେଣି। ଆଜିର ଲୋକମାନେ ଚାହୁଁଛନ୍ତି କି ଦୁନିଆର ସମୟ ସାଙ୍ଗରେ ପାଦ ଦେଇ ଆଗକୁ ବଢ଼ିବାକୁ ଅର୍ଥାତ୍ ସବୁ ଲୋକ ଏବେର ଟ୍ରେଣ୍ଡ ରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ଟ୍ରେଣ୍ଡ ରେ ରହିବା ପାଇଁ ସବୁଠାରୁ ଭଲ ସ୍ଥାନ ହେଉଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ। ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ରେ ଲୋକମାନେ ଟ୍ରେଣ୍ଡ ରେ ଥିବା ଜିନିଷ କୁ ଦେଖୁଛନ୍ତି ଆଉ ସେଥିରେ ନିଜକୁ ମଧ୍ୟ ସାମିଲ୍ କରୁଛନ୍ତି।

ଏହି ସୋସିଆଲ୍ ମିଡିଆ ଯେ କେବଳ ଲୋକଙ୍କୁ ଟ୍ରେଣ୍ଡରେ ରଖୁଛି ତାହା ନୁହେଁ ଏହା ଅନେକଙ୍କ ପାଇଁ ରୋଜଗାରର ପନ୍ଥା ମଧ୍ୟ ହୋଇଛି। ଆଉ ଏଥିରୁ ଆମ ଓଲିଉଡ ମଧ୍ୟ ବାଦ୍ ପଡିନି।ଏହି ସୋସିଆଲ୍ ମିଡିଆରେ ଆମର ମଧ୍ୟ ଅନେକ ସାଧାରଣ ପିଲା ଓ ଲୋକ ମାନେ କଳାକାର ହୋଇ ପାରିଛନ୍ତି। ସୋସିଆଲ ମିଡ଼ିଆରେ ଅନେକ ସବୁ କଥା ଭାଇରାଲ୍ ହୋଇଥାଏ, ଆଉ ଅନେକ ଲୋକମାନେ ଏଠାରେ ସବୁବେଳେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। ତେବେ ଫିଲ୍ମ ଷ୍ଟାର, ସିଙ୍ଗର୍ ଓ ଡ୍ୟାନ୍ସର୍ ମାନେ ଏଠାରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି।

ଏବେ ଓଲିଉଡ଼ର ନାମୀଦାମୀ କଳାକାର ସିଦ୍ଧାର୍ଥ ମହାପାତ୍ର ଙ୍କୁ ନେଇ ଏକ କଥା ଉଠିଛି କି ସିଦ୍ଧାର୍ଥଙ୍କ ପୁଅ ଓଲିଉଡ଼ରେ ପାଦ ରଖିଛନ୍ତି ଆଉ ତାଙ୍କରି ସହ ହିଁ ନିଜର ଡେଭ୍ୟୁ ଫିଲ୍ମ ମଧ୍ୟ କରିଛନ୍ତି। ହେଲେ ଏହା ସତ ନୁହେଁ କାରଣ ଯାହାଙ୍କୁ ସିଦ୍ଧାର୍ଥଙ୍କ ପୁଅ କୁହାଯାଉଛି ସିଏ ତାଙ୍କ ନିଜ ପୁଅ ନୁହଁନ୍ତି, ତାଙ୍କ ଆଖି, ଓଠ ଆଦି ସବୁ ଦେଖିବା ପାଇଁ ସିଦ୍ଧାର୍ଥଙ୍କ ପରି କିନ୍ତୁ ସିଏ ଓଲିଉଡ଼କୁ ଚାଇଲ୍ଡ ଆଟିଷ୍ଟ୍ ଭାବେ ଆସିଛନ୍ତି ଆଉ ତାଙ୍କର ପ୍ରଥମ ଫିଲ୍ମ ସିଏ ସିଦ୍ଧାର୍ଥଙ୍କ ସହ କରିଛନ୍ତି।

ସେଠାରେ ସିଦ୍ଧାର୍ଥ ତାଙ୍କ ବାପ ଭୂମିକାରେ ନଜର ଆସିଛନ୍ତି।ତେବେ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଏ ପିଲାଟି ପଢୁଛି ସପ୍ତମ ଶ୍ରେଣୀରେ,ଖାଲି ୟାର ହାଇଟ ବଢ଼ି ଯାଇଛି।ସେ କହୁଛନ୍ତି ଯେ ରାତି ସେତେବଳକୁ ୪ଟା ବାଜିଲାଣି, ମୁଁ ତଳେ ଛିଡ଼ା ହେଇଚି ଶୀତରେ ରୋପ୍ ରେ ବନ୍ଧା ହେଇଚି ଶୁଭମ୍। ଶୀତରେ ତଳକୁ ଆସିଲା ପରେ କହୁଛି ମୁଁ ଟିକେ ଚା ପିଇବି।ତାଙ୍କୁ ଚା ଦେବାର ନାହିଁ ମାମୁଁ ତାଙ୍କୁ ସୁପରଷ୍ଟାର କରେଇବେ। ତେବେ ସେ ମଜାରେ କହୁଛନ୍ତି ଯେ ଇଏ ମାମୁଁ ନା କଂସ।

Leave a Reply

Your email address will not be published. Required fields are marked *