ଦୁନିଆରେ ଡାକ୍ତର ମାନଙ୍କୁ ଭଗବାନ ବୋଲି ଭାବିଥାନ୍ତି ଲୋକମାନେ । କିନ୍ତୁ ଯଦି ସେହି ଭଗବାନ ରୂପୀ ଡାକ୍ତର ରାକ୍ଷସ ପଲଟିଯିବ ତ ଆମେ ଆଉ କଣ କରିପାରିବା । କେବଳ ଅନ୍ୟ ଲୋକମାନେ ନୁହେଁ ବରଂ ଡାକ୍ତରମାନେ ମଧ୍ୟ ଗୋଟିଏ ନାରୀ ସହିତ ଦୁ-ଷ୍କ-ର୍ମ କରିବାପାଇଁ ପଛାଉ ନାହାନ୍ତି । ଆସନ୍ତୁ ଜାଣିବା ଏମିତି ଏକ ଘଟଣା ଯାହାକି ଘଟିଛି ମୟୂରଭଞ୍ଜରେ । ବାରିପଦାର ଏକ ଆଦିବାସୀ ହଷ୍ଟେଲ୍ ଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଯାଇଥିଲେ ହସ୍ପିଟାଲ୍ ।
ଡାକ୍ତରଙ୍କୁ ରୋଗ ବିଷୟରେ କହିଲେ । କିନ୍ତୁ ଡାକ୍ତର ବାବୁ ରୋଗ ଦେଖିବା ଆଳରେ ଅ-ସ-ଦା-ଚା-ର-ଣ କରିବାର ଅଭିଯୋଗ । ଜଣେ କାର୍ଯ୍ୟରତ ଡାକ୍ତର ରୋଗୀ ଦେଖିବା ଆଳରେ ଜଣେ ଛାତ୍ରୀଙ୍କୁ ଅ-ସ-ଦା-ଚା-ର-ଣ କରିଥିବାର ଅଭିଯୋଗ ଆସିଛି । ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଏପରି ହୋଇଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ପୁଣି ଡାକ୍ତରଙ୍କ ନାଁରେ ଅ-ଭି-ଯୋ-ଗ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଘଟଣା । ରୋଗୀ ସେବା ନାଁରେ ନାବାଳିକାକୁ ଅସଦାଚରଣ କରିଥିବା ହୋଇଛି ଅଭିଯୋଗ।
ଫଳରେ ମେଡିକାଲରେ ସୃଷ୍ଟିହେଲା ଉତ୍ତେଜନା ପରିସ୍ଥିତି । ଏପରି କି ପରିସ୍ଥିତି ସାମାନ୍ୟ ଉତ୍ତେଜନା ହେବାରୁ ଛାତ୍ରୀ ରହୁଥିବା ହଷ୍ଟେଲର କର୍ତ୍ତୁପକ୍ଷ ଏବଂ ତାଙ୍କ ପରିବାର ଲୋକ ଡାକ୍ତରଙ୍କୁ ତାଲା ପକାଇଦେଇଥିଲେ । କେବଳ ସେତିକି ନୁହେଁ ଡାକ୍ତର ଜଣକ ମଦ୍ୟପାନ କରୁଥିବାର ଅଭିଯୋଗ ମଧ୍ୟ ଆସିଛି । ତେବେ ଅଭିଯୁକ୍ତ ଡାକ୍ତର ସୌରଭ ଉପାଧ୍ୟାୟକୁ ଅଟକ ରଖିଛି ବାରିପଦା ଟାଉନ୍ ଥାନା ଆରକ୍ଷୀ ଅଧିକାରୀ । ତେବେ ମିଳିଥିବା ସୂଚନା ମୁତାବକ ଜଣେ ନାବାଳିକାଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଜଣଙ୍କ ଚାମ୍ବରକୁ ନାବାଳିକାକୁ ନେଇ ତା ଭିତରକୁ ଆଉ କାହାକୁ ଆସିବାକୁ ଦେଇନଥିଲେ ।
କିଛି ସମୟ ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଆସି ଡାକ୍ତରଙ୍କ କଳା କାରନାମା ସଂପର୍କରେ କହିଥିଲେ । ପରେ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ଡାକ୍ତରଙ୍କୁ ଗି-ର-ଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ମାତ୍ର ଅଭିଯୁକ୍ତ ଡାକ୍ତର ସମସ୍ତ ଘଟଣାକୁ ଖଣ୍ଡନ କରିଛନ୍ତି । ଘଟଣାସ୍ଥଳରେ ବାରିପଦା ଟାଉନ୍ ଥାନା ଆରକ୍ଷୀ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ପୀଡିତାଙ୍କ ମାଆଙ୍କ ଏତଲା କ୍ରମେ ଆରକ୍ଷୀ ଅଧିକାରୀ ଅଭିଯୁକ୍ତ ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।