କହିବାକୁ ଗଲେ ପୂର୍ବରୁ ଲୋକମାନେ ସମସ୍ତ ପ୍ରକାର ଖେଳରେ ରୁଚି ରଖୁଥିଲେ କିନ୍ତୁ ଯେବେ ଠାରୁ କ୍ରିକେଟ ରେ ଅଲଗା ଅଲଗା ଫର୍ମାଟ ରେ ଭାଗ ହୋଇଯାଇଛି ସେବେଠାରୁ ଲୋକଙ୍କର କ୍ରିକେଟ ଉପରେ ଇଚ୍ଛା ବଢ଼ିବାରେ ଲାଗିଛି।କିନ୍ତୁ ଲୋକମାନେ ଲମ୍ବା ସମୟ ଧରି ଚାଲିଥିବା ଖେଳ ଦେଖିବାକୁ ପସନ୍ଦ କରୁନାହାଁନ୍ତି। ସେମାନେ କମ୍ ସମୟ ମଧ୍ୟରେ ଏବଂ ରୋମାଞ୍ଚକ ମ୍ୟାଚ ଦେଖିବାକୁ ପସନ୍ଦ କରୁଛନ୍ତି।ଏବଂ ଲୋକମାନେ ଏବେ ଅତ୍ୟଧିକ ମାତ୍ରାରେ ଟି ୨୦ ମ୍ୟାଚ୍ ଦେଖିବାକୁ ପସନ୍ଦ କରୁଛନ୍ତି କାରଣ ଏହା ବହୁତ୍ କାମ ସମୟ ମଧ୍ୟରେ ଏହାର ଫଳାଫଳ ପ୍ରକାଶ ପାଇଥାଏ ।
ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି।ଏବେ ଏଥିରେ ଆଉ କିଛି ସାମିଲ ହେବାକୁ ଯାଉଛି ଯାହାକୁ ଲୋକମାନେ ଚାହିଁ ରହିଥାନ୍ତି ଏବଂ ସେମାନେ ପୂର୍ବରୁ ନିଜ ପସନ୍ଦର ଖେଳାଳି ଥିବା ଟିମ୍ କୁ ବାଛିଥାନ୍ତି।ସେଥିପାଇଁ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଏଥିପାଇଁ ଅନେକ ସୁବିଧା ସୁଯୋଗ ମଧ୍ୟ ରହିଥାଏ ଯାହାକୁ ପ୍ରିମୀୟର ଲିଗ୍ ବୋଲି ଜାଣିଥାଉ ଏବଂ ଏହାକୁ ଆଇପିଏଲ ବୋଲି କୁହାଯାଏ ଏହା ପ୍ରତ୍ୟେକ ବର୍ଷ ହୋଇଥାଏ ଏବଂ ଏଥିରେ ଖେଳାଳିଙ୍କୁ ନିଜ ଟିମ୍ କୁ ନେବା ପାଇଁ ଅକ୍ସନ ହୋଇଥାଏ ଏବଂ ବହୁତ ବହୁତ ଦାମ ରେ ଖେଳାଳି ମାନଙ୍କୁ ନିଲାମି କରାଯାଇଥାଏ।

ଏଥିରେ ୧୦ ଟି ଟିମ୍ ଅଂଶଗ୍ରହଣ କରିଥାନ୍ତି ଏବଂ ସମସ୍ତେ ନିଜ ପସନ୍ଦର ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ସୁଯୋଗ ପାଇଥାନ୍ତି ତାହା ପୁଣି BCCI ପକ୍ଷରୁ ନିଲାମୀ ପ୍ରକ୍ରିୟା ମାଧ୍ୟମରେ ହୋଇଥାଏ।ଆଜି ଆମେ ମୁମ୍ବାଇ ଟିମ୍ ବିଷୟରେ କହିବାକୁ ଯାଉଛୁ।ମୁମ୍ବାଇ ତାର ଭଲ ଅଧିନାୟକ ଏବଂ ଖେଳାଳୀମାନଙ୍କ ସହାୟତାରେ ୫ ଥର ଆଇପିଏଲ ଟ୍ରଫି କୁ ନିଜ ନାମରେ କରିପାରିଛି ,କିନ୍ତୁ ପୂର୍ବ ବର୍ଷ ନୀଲାମି ପ୍ରକ୍ରିୟାରେ ମୁମ୍ବାଇ ର କିଛି ଖେଳାଳି ଆଉ ସେହି ଦଳରେ ନାହାଁନ୍ତି ଏବଂ ମୁମ୍ବାଇ ର ସଫଳତା ଅଲ୍ ରାଉଣ୍ଡର ପୋଲାଡ ମଧ୍ୟ ଆଉ ଟିମ୍ ରେ ନାହାଁନ୍ତି ସେଥି ପାଇଁ ଏଥର ମୁମ୍ବାଇ ଅକ୍ସନ ରେ ଅଷ୍ଟ୍ରେଲିଆ ର ଏଲ ରାଉଣ୍ଡର କାମେରନ ଗ୍ରୀନ ଙ୍କୁ ନିଜ ଦଳରେ ସାମିଲ କରାଇଛି।
ଏହି କଥାକୁ ନାପସନ୍ଦ କରିଛନ୍ତି ଇଣ୍ଡିଆ ର ପୂର୍ବତନ ଅଲ୍ ରାଉଣ୍ଡର ଇର୍ଫନ୍ ପଥାନ ଏବଂ ସେ କହିଛନ୍ତି କି ମୁମ୍ବାଇ ର ଏହା ସବୁଠାରୁ ବହୁତ ବଡ଼ ଭୁଲ ନିଷ୍ପତି କାରଣ ମୁମ୍ବାଇ ରେ ଉପର କ୍ରମ ଅନୁଯାୟୀ ଠିକ୍ ଅଛି କିନ୍ତୁ ୭ ସ୍ଥାନ କିମ୍ବା ମିଡ୍ଡିଲ କ୍ରମରେ କାହାକୁ ସ୍ଥାନ ଦିଆଯିବ ସେଥିପାଇଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି ଦଳରେ ଇସନ କିଶନ ,ରୋହିତ ଶର୍ମା, ଗ୍ରୀନ, ସୂର୍ୟକୁମାର ଯାଦବ, ବ୍ରେଭିସ,ବୁମ୍ରାହ , ଅର୍ଚର,ଟିମ୍ ଡେଭିଡ,ଭଳି ଖେଳାଳି ଉପସ୍ଥିତ ଅଛନ୍ତି।କିନ୍ତୁ ସପ୍ତମ ସ୍ଥାନରେ କିଆ ଖେଳିବା ଏନେଇ ଏବେ ତର୍ଜମା ଯାରିରହିଛି ମୁମ୍ବାଇ ଦଳରେ