ଆଧୁନିକ ଯୁଗରେ ଖେଳର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଖେଳିବ ଟିମ୍ ଇଣ୍ଡିଆ।ଟିମ୍ ଇଣ୍ଡିଆ ବାଂଲାଦେଶ କୁ ପ୍ରଥମ ଟେଷ୍ଟ ମ୍ୟାଚ ରେ ପରାସ୍ତ କରିଛି।
ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ଏବଂ ଇଂଲଣ୍ଡ ପାକିସ୍ତାନକୁ ପରାସ୍ତ କରିଛି।ଏଥିରୁ ସ୍ପଷ୍ଟ ହଇଛି କି ଇଂଲଣ୍ଡ ଏବଂ ପାକିସ୍ତାନ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରୁ ବାହାର ହେଇଛନ୍ତି।ତେଣୁ ଭାରତ ପାଇଁ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଖେଳିବା ପାଇଁ ରାସ୍ତା ସଫା ହେଇଯାଇଛି।ତେବେ ଭାରତ କେମିତି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଖେଳିବ ଖେଳିବ ଆସନ୍ତୁ ଦେଖିବା। ଭାରତକୁ ଏବେ ଆଉ ୫ଟି ଟେଷ୍ଟ ଖେଳିବାର ରହିଛି।

ଗୋଟିଏ ମ୍ୟାଚ ବାଂଲାଦେଶ ସହ ଓ ଅନ୍ୟ ୪ଟି ଅଷ୍ଟ୍ରେଲିଆ ସହ ଖେଳିବ।ବର୍ତ୍ତମାନ ଭାରତ ପଏଣ୍ଟ ଟେବୁଲ ର ୨ୟ ସ୍ଥାନରେ ପହଞ୍ଚି ଯାଇଛି।ଭାରତ ଯଦି ୫ଟି ଟେଷ୍ଟ ମ୍ୟାଚ ରୁ ଗୋଟିଏ ଯଦି ହରିଯାଏ ତେବେ ଅସୁବିଧାରେ ପଡିବ।ତେବେ ଭାରତକୁ ୨ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ହରାଇବାକୁ ପଡିବ।ତେବେ ଭାରତ ୨-୦ରେ ବିଜୟ ହେବ।ତାପରେ ଅଷ୍ଟ୍ରେଲିଆକୁ ହରାଇବାକୁ ପଡିବ। ଅଷ୍ଟ୍ରେଲିଆ ସହ ୪ ଟି ମ୍ୟାଚ୍ ରୁ ୩ ଟି ମ୍ୟାଚ୍ ଜିତିବାକୁ ପଡିବ।
ନହେଲେ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରୁ ବାଦ ପଡିପାରେ। ଯଦି ଭାରତ ଗୋଟେ ବି ମ୍ୟାଚ୍ ନହାରି ସବୁ ମ୍ୟାଚ୍ ଜିତେ ତେବେ ସେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ର ଫାଇନାଲରେ ପହଞ୍ଚି ଯିବ।ତେବେ ଅପେକ୍ଷାରେ ସବୁ କ୍ରିକେଟ ପ୍ରେମୀ ।ଭାରତ ସବୁ ଟେଷ୍ଟ ମ୍ୟାଚ ଜିତି ଫାଇନାଲ କୁ ଯିବ କି ନାହିଁ ।ତେବେ ବାଂଲାଦେଶ ସହ ଥିବା ୨ ୟ ଟେଷ୍ଟ ମ୍ୟାଚ ରେ ଭାରତ କେମିତି ପ୍ରଦର୍ଶନ କରୁଛି ଏବେ ଦେଖିବାର କଥା।