ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି ତାହା ହେଉଛି ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଗିରଫ ହୋଇ ଜେଲ ରେ ସଜ୍ଜା କାଟୁଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଲା ଆତ୍ମହତ୍ୟା । ଜେଲ ଭିତରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା ଗୋବିନ୍ଦ ସାହୁଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ତେବେ ମମିତା ମେହେର ହ-ତ୍ୟା-କା-ଣ୍ଡ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ମୁଖ୍ୟ ଓ ଏକମାତ୍ର ଅଭିଯୁକ୍ତ ଥିଲେ । ଏବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ମମିତାଙ୍କ ହ-ତ୍ୟା-କା-ଣ୍ଡ ବିଷୟରେ ଜାଣିଥିବା ସବୁ ସତ ସବୁଦିନ ପାଇଁ ଲୁଚିଗଲା ବୋଲି କୁହାଯାଉଛି ।
ଏହି ଘଟଣା ପୂର୍ବରୁ ଗତ ରଥଯାତ୍ରା ସମୟରେ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରା ଯାଇଥିଲା । ଆଉ ଏହି ସମୟରେ ସେ ବୁଲି ବୁଲି ରଥଯାତ୍ରା ଦେଖୁଥିବା ବେଳେ ଫଟୋ ଭାଇରାଲ ହୋଇଥିଲା ଯାହାକୁ ନେଇ ତୁମ୍ବି ତୋଫାନ ରାଜ୍ୟରେ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଲା ଗୋବିନ୍ଦ ସାହୁ ଥିଲେ ଅଣ୍ଡର ଟ୍ରାଏଲ ପ୍ରିଜନର । ତେବେ ଅନେକାଂଶରେ ଦେଖିବାକୁ ଗଲେ ଅଣ୍ଡର ଟ୍ରାଏଲ ପ୍ରିଜନର ବା କଏଦୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଥାଏ ।

ମାତ୍ର ଏତେ କଡା ସୁରକ୍ଷା ଥାଇ ମଧ୍ୟ ତାଙ୍କ ସେଲକୁ ଦଉଡି ଗଲା କେମିତି । କିଏ ତାଙ୍କୁ ଆ-ତ୍ମ-ହ-ତ୍ୟା ପାଇଁ ରଶି ଯୋଗାଇଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଏପରି ମଧ୍ୟ ଶୁଣିବାକୁ ମିଳିଥିଲା ଯେ କୁଆଡ଼େ ଜେଲ୍ ଭିତରେ ଗୋବିନ୍ଦକୁ ଡରାଉଥିଲା ମମିତା ମେହେରର ଆତ୍ମା । ଆଉ ଏମିତି ଡରି ଡରି ଜେଲରେ ବଞ୍ଚିବା ଅପେକ୍ଷା ଜୀବନ ହାରିଦେବା ଭଳି ଶେଷ ନିଷ୍ପତ୍ତି ନେଇଗଲା ଗୋବିନ୍ଦ । ତେଣୁ ଆଜି ସକାଳୁ ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିଲା । ପରେ ଗୁରୁତର ଅବସ୍ଥାରେ ବଲାଙ୍ଗୀର କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୮ ତାରିଖରୁ ନିଖୋଜ ହେଇଯାଇଥିଲେ ମମିତା ମେହେର । ଏହାକୁ ନେଇ ତାଙ୍କ ପରିବାର ତରଫରୁ ଥାନାରେ ମାମଲା କରାଯାଇଥିଲା । ମମିତା କାମ କରୁଥିବା ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁର ଏଥିରେ ସମ୍ପୃକ୍ତି ଥିବା ନେଇ ପରିବାର କହିଥିଲେ । ପରେ ପୋଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମର ଗୋଟିଏ ସ୍ଥାନରେ ଖୋଲିବା ପରେ ଜଣେ ମମିତାଙ୍କ ମୃ-ତ ଶରୀର ପାଇବା ପରେ ତଦନ୍ତ କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀକୁ ଦୋଷୀ ପାଇ ପୋଲିସ୍ ଖୋଜି ଗିରଫ କରିଥିଲା