ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଏବେ ମାତ୍ର ୫୦୦ ଟଙ୍କାରେ ମିଳିବ ସିଲିଣ୍ଡର ଗ୍ୟାସ୍ । ଶୁଣି କି ଅବିଶ୍ବାସ ହେଉଥିଲେ ବି କଥାଟି ସତ । କାରଣ ଲୋକଙ୍କୁ ମାତ୍ର ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି । ବିପିଏଲ ପରିବାରକୁ ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ ସିଲିଣ୍ଡର । ୫ଶହ ଟଙ୍କା ଲେଖାଏଁ ବର୍ଷକରେ ୧୨ଟି ଗ୍ୟାସ ସିଲିଣ୍ଡର ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଅଲୱାରରେ ଏକ ସଭାରେ ଘୋଷଣା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଗ୍ୟାସ୍ ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସି ଖବର । ଆସନ୍ତା ଏପ୍ରିଲରୁ ଗ୍ୟାସ ଦର କମାଇବା ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଏହି ସୁବିଧା କେବଳ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ହିତାଧିକାରୀଙ୍କୁ ମିଳିବ । ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ଏହି ସୁବଧା ମିଳିବ ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାର ଅବସରରେ ନିଜର ସମ୍ବୋଧନରେ ଗ୍ୟାସ ଟାଙ୍କି ମୂଲ୍ୟ ଅଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଅଲୱର ଜିଲ୍ଲାର ମାଲାଖେଡାରେ ଏକ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରି କହିଛନ୍ତି ଯେ, ଆମେ ଏକ କ୍ୟାଟେଗୋରୀ ବନାଉଛୁ । ଏହି କ୍ୟାଟେଗୋରୀର ଲୋକଙ୍କୁ ୧୦୫୦ ଟଙ୍କାର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ଦେବୁ ।
ଆହୁରି ମଧ୍ୟ କହିଛନ୍ତି, ଆଗାମୀ ମାସରେ ଆମେ ବଜେଟ୍ ପ୍ରସ୍ତୁତ କରିବୁ, ସେଥିରେ ରୋସେଇରୁ ମହଙ୍ଗାର ବୋଝ଼ କମ୍ କରିବା ପାଇଁ କିଟ୍ ବାଣ୍ଚିବାର ଯୋଜନା ଆଣିବୁ । ସେ କହିଛନ୍ତି, ପୂର୍ବରୁ ଇନକମ୍ ଟ୍ୟାକ୍ସ, ଇଡିକୁ ନେଇ ଡରୁଥିଲେ, ଏବେ ଏମାନେ ନିଜ ଡରି ହୋଇ ରହିଛନ୍ତି । ଦେଶରେ ଲୋକତତନ୍ତ୍ରର ଚେର କମଜୋର ନୁହେଁ । ରାହୁଲ ଗାନ୍ଧି ଏକ ଉଦ୍ଦେଶ୍ୟ ନେଇ ଚାଲୁଛନ୍ତି । ସ୍ୱାଧିନତା ପରେ ପ୍ରଥମଥର ଭାରତ ଯୋଡୋ ଯାତ୍ରା ହେଉଛି