ତେବେ ଦର୍ଷକବନ୍ଧୁ ସୋସିଆଲ ମିଡ଼ିଆରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ । କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି । ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନକୁ ମଧ୍ୟ ତାଙ୍କର ଦର୍ଶକଙ୍କ ସହ ସେୟାର କରିଥାନ୍ତି । ଲୋକ ମାନେ ମଧ୍ୟ ସେଲିବ୍ରେଟିଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ଯାହା ସୂଚନା ରହିଛି କି, ବଲିଉଡର ଷ୍ଟାଇଲିସ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବା ରେ ଲାଗିଛି । ଯେଉଁଥିରେ ପ୍ରକୃତିଙ୍କୁ କନ୍ୟା ବେଶରେ ଦେଖିବାକୁ ମିଳିଛି । ତଥା ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବୋଲି କୁହାଯାଇଛି । ତେବେ ଆପଣ ମାନେ ଜାଣିଥିବେ କି ପ୍ରକୃତି ମିଶ୍ର ଆମ ଓଲିଉଡର ଜଣେ ପରିଚିତ ଅଭିନେତ୍ରୀ ଅଟନ୍ତି । ମାତ୍ର ସେ ମୁମ୍ବାଇରେ ରହୁନ୍ତି କିନ୍ତୁ ବର୍ତ୍ତମାନ ସେ ଓଡ଼ିଶାରେ ଥିବା ସୂଚନା ରହିଛି।
ତେବେ ବର୍ତ୍ତମାନ ତାଙ୍କର ଏକ ନୂଆ ସିନେମା ମଧ୍ୟ ଆସିବାକୁ ଯାଉଛି । ତେବେ ଆପଣ ମାନେ ଜାଣିଛନ୍ତି ଯେ, ପ୍ରକୃତି ମିଶ୍ର ଆମ ସଙ୍ଗୀତକାର ମନ୍ମଥ ମିଶ୍ରଙ୍କର ଗେହ୍ଲା କନ୍ୟା ଅଟନ୍ତି । ଏବଂ ସେ ପ୍ରାୟ ୪ ବର୍ଷ ବୟସରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ତେବେ ସେ ପ୍ରଥମେ ଜଣେ କୁନି କଳାକାର ଭାବରେ ନଜର ରେ ଆସିଥିଲେ ଏବଂ ପରେ ଓଲିଉଡ ସିନେମା ଜଗତକୁ ବେଶ ସୁପର ହିଟ ସିନେମା ସବୁ ଦେଇଛନ୍ତି । ତେବେ ଏହା ଛଡା ସେ ବଲିଉଡରେ ମଧ୍ୟ କେତେକ ସିରିଏଲ ଓ ସିନେମାରେ କାମ କରିଥିବା ଆପଣ ମାନେ ଜାଣିଥିବେ ନିଶ୍ଚିତ ।
ତେବେ କିଛି ଦିନ ତଳେ ସେ ଅଭିନେତା ବାବୁସାନ ମହାନ୍ତିକୁ ନେଇ ବହୁତ ବିବାଦରେ ଛନ୍ଦି ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ଭାଇରାଲ ଭିଡ଼ିଓଟିରେ ଦେଖା ଯାଇଛି କି ଅଭିନେତ୍ରୀ ପ୍ରକୃତି ମିଶ୍ର କନ୍ୟା ବେଶରେ ସଜେଇ ହୋଇଛନ୍ତି । ଆଉ ସେ ଲାଲ ରଙ୍ଗର କନ୍ୟା ବେଶର ପୋଷାକ ପିନ୍ଧିଛନ୍ତି ଆଉ ବାହା ହେବାକୁ ଯାଉଛନ୍ତି । ତେବେ କିନ୍ତୁ ଆମେ ଆପଣଙ୍କୁ ସ୍ପଷ୍ଟ କରି ଦେଉଛୁ କି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପ୍ରକୃତିଙ୍କର ଏହି ବିବାହ ବେଶ ତାଙ୍କର ଆଗାମୀ ଫିଲ୍ମର ସିନ ଅଟେ । ସେ ବିବାହ କରି ନାହାନ୍ତି