ଫ୍ୟାନ୍ସଙ୍କ ମନରେ ସବୁବେଳେ ସେମାନଙ୍କ ପ୍ରିୟ ତାରକାଙ୍କୁ ନେଇ ଉତ୍ସୁକତା ଭରି ରହିଥାଏ । ପରଦାରେ ହେଉ କିମ୍ବା ବାସ୍ତବ ଜୀବନରେ କଣ ଘଟିଲା ତାକୁ ଜାଣିବା ନେଇ ସବୁବେଳେ ଇଚ୍ଛା ହୋଇଥାଏ । ତେବେ ସେହିପରି ବର୍ତମାନ ମଧ୍ୟ ଭାରତୀୟ ଟେନିସ୍ ଖେଳାଳୀ ସାନିଆ ମିର୍ଜା ଓ ତାଙ୍କ ପତି ସୋଏବ ମଲ୍ଲିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘଦିନ ଧରି ଏହି ଖବର ଆସୁଛି ଯେ, ପାକିସ୍ତାନୀ କ୍ରିକେଟର ସୋଏବ ଓ ସାନିଆଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି ।

ତେବେ ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଏସବୁ ପଛର କାରଣ କ’ଣ ସେନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି । ପୂର୍ବରୁ ଉଭୟ ଅଲଗା ରହୁଥିବା ନେଇ ଚର୍ଚ୍ଚା ହେଉଥିଲା, ହେଲେ ଏବେ ଅଫିସିଆଲି ସେମାନଙ୍କର ଛାଡ଼ପତ୍ର ହୋଇଥିବା ପାକିସ୍ତାନର କିଛି ଗଣମାଧ୍ୟମ ସଂସ୍ଥା ଦାବି କରୁଛନ୍ତି । ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ସୋଏବ କୁଆଡ଼େ ସାନିଆଙ୍କୁ ଧୋକା ଦେଇଛନ୍ତି। ଯେଉଁଥିପାଇଂ ଉଭୟଙ୍କ ସର୍ମ୍ପକ ଛାଡପତ୍ରରେ ଯାଏ ପଡହଞ୍ଚିଛି । ନିକଟରେ ସୋଏବଙ୍କର ପାକିସ୍ଥାନର ସବୁଠାରୁ ଫ୍ୟାଶନେବଲ୍ ଏବଂ ଷ୍ଟାଇଲିସ୍ ଅଭିନେତ୍ରୀ ସହିତ କିଛି ଫଟୋ ଭାଇରାଲ ହେବାରେ ଲାଗିଛି ।
ଯାହାକି ସୋଏବ-ସାନିଆଙ୍କ ଛାଡ଼ପତ୍ର ପଛର କାରଣ । ଆଉ ଉକ୍ତ ଅଭିନେତ୍ରୀଙ୍କ ପାଇଁ ହିଁ ସାନିଆ ଓ ସୋଏବଙ୍କ ୧୨ ବର୍ଷର ସମ୍ପର୍କ ତୁଟିବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ସାନିଆ ମିର୍ଜା ଏବଂ ଶୋଏବ ମଲିକ ୨୦୧୦ ମସିହା ଏପ୍ରିଲ ମାସରେ ହାଇଦ୍ରାବାଦ ଠାରେ ରାଜକୀୟ ଢଙ୍ଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସାନିଆ ଏବଂ ଶୋଏବଙ୍କ ପୁଅ ଇଜାନ ମିର୍ଜା ମଲିକ ବିବାହର ୮ ବର୍ଷ ପରେ ଜନ୍ମ ହୋଇଥିଲେ ।

ସାନିଆ ଏବଂ ଶୋଏବ ବିବାହ ପରଠାରୁ ଦୁବାଇରେ ରହୁଛନ୍ତି । ତେବେ ଭାରତରେ ନାମ ଓ ପଇସା କମେଇବା ପରେ ସାନିଆ ପାକିସ୍ଥାନୀ କ୍ରିକେଟର ସୋଏବ୍ ଙ୍କୁ ବିବାହ କରିବାରୁ ଦେଶ ଭିତରେ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସାନିଆ ମିର୍ଜା ଏବେ ସୋଏବ ମଲ୍ଲିକଙ୍କ ଠାରୁ ଡି-ଭୋ-ର୍ଷ ପରେ କ୍ରିକେଟର ଶିଖର ଧାୱନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଯାହା ଭବିଷ୍ୟତରେ ଜଣା ପଡ଼ିବ