ଧୋନି ଙ୍କ ସ୍ଥାନ ନେବେ କି ବେନ ଷ୍ଟୋକ୍ସ କଣ କହୁଛନ୍ତି CSK ମୁଖ୍ୟ ପଢନ୍ତୁ ସମ୍ପୂର୍ଣ ଖେଳ ଖବର

ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି।

ଏବେ ଏଥିରେ ଆଉ କିଛି ସାମିଲ ହେବାକୁ ଯାଉଛି ଯାହାକୁ ଲୋକମାନେ ଚାହିଁ ରହିଥାନ୍ତି ଏବଂ ସେମାନେ ପୂର୍ବରୁ ନିଜ ପସନ୍ଦର ଖେଳାଳି ଥିବା ଟିମ୍ କୁ ବାଛିଥାନ୍ତି।ସେଥିପାଇଁ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଏଥିପାଇଁ ଅନେକ ସୁଧିବ ସୁଯୋଗ ମଧ୍ୟ ରହିଥାଏ ଯାହାକୁ ପ୍ରିମୀୟର ଲିଗ୍ ବୋଲି ଜାଣିଥାଉ ଏବଂ ଏହାକୁ ଆଇପିଏଲ ବୋଲି କୁହାଯାଏ ଏହା ପ୍ରତ୍ୟେକ ବର୍ଷ ହୋଇଥାଏ ଏବଂ ଏଥିରେ ଖେଳାଳିଙ୍କୁ ନିଜ ଟିମ୍ କୁ ନେବା ପାଇଁ ଅକ୍ସନ ହୋଇଥାଏ ଏବଂ ବହୁତ ବହୁତ ଦାମ ରେ ଖେଳାଳି ମାନଙ୍କୁ ନିଲାମି କରାଯାଇଥାଏ।

ଏବେ ଆଇପିଏଲ ରେ କହିବାକୁ ଗଲେ ଲୋକେ ପ୍ରଥମେ ଚେନ୍ନାଇ ସୁପର କିଙ୍ଗସ୍,ମୁମ୍ବାଇ ଇଣ୍ଡିଆନସ ଏବଂ ରୟାଲ ଚେଲେଞ୍ଜର ବାଙ୍ଗାଲୋର କୁ ଅନେକ ମାତ୍ରାରେ ସପୋର୍ଟ କରୁଛନ୍ତି।ଏଥି ମଧ୍ୟରୁ ଅନେକ ଚେନ୍ନାଇ କୁ ସପୋର୍ଟ କରିଥାନ୍ତି କାରଣ ଏହି ଟିମ୍ ରେ ପୂର୍ବତନ ଏବଂ ସଫଳତମ ଅଧିନାୟକ ଏମ ଏସ ଧୋନି ରହିଛନ୍ତି ଯିଏ ନିଜ ଅଧିନାୟକ ବଳରେ ଆଇପିଏଲ ରେ ଚେନ୍ନାଇ କୁ ୪ ଥର ବିଜେତା କରାଇଛନ୍ତି।

ଶୁଣିବାକୁ ମିଳୁଛି କି ଧୋନି ଏବେ ସବୁଦିନ ପାଇଁ ଖେଳରୁ ସନ୍ନ୍ୟାସ ନେବା ସେଥିପାଇଁ ଏବେ ଚେନ୍ନାଇ ଟିମ୍ ପାଇଁ ଜଣେ ନୂଆ ଅଧିନାୟକ ସନ୍ଧାନରେ ଲାଗିପଡିଛନ୍ତି।ପୂର୍ବ ସିଜନ ରେ ଧୋନି ଅଧିନାୟକ ପଦ ଯାଦେଜା ଙ୍କୁ ଦେଇଥିଲେ କିନ୍ତୁ ସେ ସେଥିରେ ସକ୍ଷମ ନ ହେବାରୁ ପୁଣିଥରେ ଧୋନି ଅଧିନାୟକ ଭାବରେ କାର୍ଯ୍ୟ ତୁଲାଇଥିଲେ।କିନ୍ତୁ ଏବେ ଧୋନି ଏବଂ ଚେନ୍ନାଇ ଟିମ୍ ଅଧିନାୟକ ପଦ କାହାକୁ ଦେବ ସେଥିପାଇଁ ଅନେକ ତର୍ଜମା ଚାଲିଛି।

ଏଥର ମିନି ଅକ୍ସନ ରେ ଚେନ୍ନାଇ ଇଂଲଣ୍ଡ ଟିମ୍ ର ଟେଷ୍ଟ ରେ କ୍ୟାପଟେନ ଏବଂ ଜଣେ ଭଲ ଅଲ୍ ରାଉଣ୍ଡର କୁ କିଣିଛି ଯାହାଙ୍କ ନାମ ବେନ୍ ଷ୍ଟୋକସ,ଯାହାକୁ ସେ ଆଗାମୀ ଟିମ୍ ର ଅଧିନାୟକ କରିବା ପାଇଁ ମନ ବଳାଉଥିବାର ଶୁଣିବାକୁ ମିଳୁଛି। ବେନ ଷ୍ଟୋକସ୍ ନିଜ ବଳରେ ସେ ମ୍ୟାଚ୍ ର ରୂପ ରେଖା ପରିବର୍ତ୍ତନ କରିପାରିବେ।ତାଙ୍କ ବଳରେ ଇଂଲଣ୍ଡ ଦୁଇ ଥର ବିଶ୍ଵ କପ୍ ବିଜେତା ହୋଇପାରିଛି ଏବଂ ଦୁଇଟି ଯାକ ଫାଇନାଲ ମ୍ୟାଚ୍ ରେ ଷ୍ଟୋକସ ଙ୍କ ବଳରେ ଇଂଲଣ୍ଡ ଚାମ୍ପିଅନ ହୋଇପାରିଛି। ଷ୍ଟୋକସ ଙ୍କୁ ଚେନ୍ନାଇ ଟିମ୍ ରେ ଆଗାମୀ ଭବିଷ୍ୟତରେ ଅଧିନାୟକ ଭାବରେ ଦାୟିତ୍ଵ ଦେଇପାରନ୍ତି ବୋଲି କହିଛନ୍ତି କ୍ରିକେଟ ବିଶେଷଜ୍ଞ ଷ୍ଟୟାରିଶ

Leave a Reply

Your email address will not be published. Required fields are marked *