ଅନୁଭବଙ୍କର ଦୁଃଖ କେବଳ ବୁଝି ପାରୁଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଳା କହିଲେ, ମହିଳାଙ୍କ ଭଳି ପୁରୁଷଙ୍କର ମଧ୍ୟ ରହିଛି ସମ୍ମାନ

ବନ୍ଧୁଗଣ ନି-ର୍ଯା-ତି-ତ ପୁରୁଷଙ୍କ ପାଇଁ ମୁହଁ ଖୋଲିଲେ ଜାଗୃତି ଶୁକ୍ଳା ଆଉ ପଢାଇଲେ ଆଇନ ପାଠ । ତେବେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ନିଜ ସୋସିଆଲ ମିଡିଆରେ ସମ୍ମାନ, ମର୍ଯାଦା ଓ ଘରୋଇ ହିଂ-ସାକୁ ନେଇ ମତ ରଖିଛନ୍ତି । କହିଛନ୍ତି ସମସ୍ତଙ୍କୁ ସମ୍ମାନ ମିଳିବା ଦରକାର । କେବଳ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା କାହିଁକି ପୁରୁଷଙ୍କ ପାଇଁ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଘରୋଇ ହିଂ-ସାକୁ ନେଇ ମଧ୍ୟ ସେ ମତ ରଖିଛନ୍ତି ।

ଘରୋଇ ହିଂ-ସାର ଅର୍ଥ କେବଳ ଶାରୀରିକ ନି-ର୍ଯା-ତ-ନା ନୁହେଁ ମାନସିକ ନି-ର୍ଯା-ତ-ନା ବି ଏହାର ଅଂଶ ବିଶେଷ । ପୁରୁଷ ମାନେ ମଧ୍ୟ ଘରୋଇ ହିଂ-ସାର ଶିକାର ହେଉଛନ୍ତି ହେଲେ କେହି ସେହି ପ୍ରତି କୌଣସି ଧ୍ୟାନ ଦିଅନ୍ତି ନାହିଁ ବୋଲି ଜାଗୃତି ଆହୁରି ମଧ୍ୟ କହିଛନ୍ତି । ସେହିପରି ମହିଳାଙ୍କୁ ଗୋଟିଏ ଜିନିଷ ଯେତେଶୀଘ୍ର ମିଳିଥାଏ ପୁରୁଷଙ୍କୁ ଏଥିପାଇଁ ଅଧିକ ସଂଘର୍ଷ କରିବାକୁ ପଡିଥାଏ । ଗୋଟିଏ ପଟେ ବର୍ଷା ଅନୁଭବ ପରିବାରିକ ମାମଲା କୋର୍ଟରେ ଚାଲିଥିବା ବେଳେ ଜାଗୃତିଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଜୋର ଧରିଛି ।

ଏପଟେ ପୁଣି କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି ବର୍ଷା । ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଗତକାଲି ମଧ୍ୟ କୋର୍ଟରେ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଦାଲତରେ ସାକ୍ଷ୍ୟ ଗ୍ରହଣ ସମୟରେ ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ । ଏହାକୁ ବିରୋଧ କରିଥିଲେ ବର୍ଷାଙ୍କ ଓକିଲ । ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଇଂରାଜୀରେ ଉତ୍ତର ରଖିବାକୁ କହିଥିଲେ ।

ବର୍ଷା କିନ୍ତୁ ଓଡ଼ିଆରେ ଉତ୍ତର ରଖିବେ ବୋଲି କୋର୍ଟଙ୍କୁ ଜଣାଇଥିଲେ । ଫଳରେ କାଲି ଅସମ୍ପୂର୍ଣ୍ଣ ରହିଥିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା । ତେବେ ଏଠାରେ ଆମେ କହି ରଖୁଛୁ କି ବର୍ଷା-ଅନୁଭବ ବିବାଦରେ ସବୁବେଳେ ସାମ୍ନାକୁ ଆସିଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ବୟାନ । ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଜ ବନ୍ଧୁ ବୋଲି ପରିଚୟ ଦେଇଛନ୍ତି ଜାଗୃତି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା । ବର୍ଷାଙ୍କ ସହ ଡି-ଭୋ-ର୍ସ ହେବାର କାରଣ ମଧ୍ୟ ଜାଗୃତି ବୋଲି ଦର୍ଶାଯାଇଥିଲା ।

Leave a Reply

Your email address will not be published. Required fields are marked *