ଅଶ୍ଵିନୀ ରଚିଲେ ଇତିହାସ । ଭାରତ ଓ ବାଂଲାଦେଶ ଦ୍ଵିତୀୟ ମ୍ୟାଚରେ କପିଲ୍ ଦେବଙ୍କ ରେକର୍ଡ଼ ମଧ୍ୟ ଭାଙ୍ଗିଦେଲେ ଅଶ୍ୱିନ

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଟିମ ଇଣ୍ଡିଆର ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତର ଅନ୍ୟତମ ସଫଳ ବୋଲର ଅଟନ୍ତି । ଆର ଅଶ୍ୱିନ କେବଳ ଟେଷ୍ଟ କ୍ରିକେଟରେ ନୁହେଁ ଦିନିକିଆରେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଥାନ୍ତି । ଏଥର ମଧ୍ୟ ଅଶ୍ୱିନ ଇତିହାସ ରଚିଛନ୍ତି । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଢାକା ରେ ଚାଲୁଥିବା ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମୁକାବିଲା ଢାକାର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଉଛି ।

ପ୍ରଥମ ଦିନ ଖେଳ ଶେଷ ପରେ ଟିମ୍ ଇଣ୍ଡିଆ ବାଂଲାଦେଶ ଠାରୁ ୨୦୮ରନ ପଛରେ ରହିଛି । ଏହି ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ବାଂଲାଦେଶ ୨୨୭ ରନ କରିଛି । ଏହାର ଜବାବରେ ଟିମ ଇଣ୍ଡିଆ ପ୍ରଥମ ଦିନ ଶେଷ ସୁଦ୍ଧା ବିନା କୌଣସି ୱିକେଟ୍ ହରାଇ ୧୯ ରନ କରିଛି । ଭାରତର ଦୁଇ ଓପନର ରାହୁଲ ଏବଂ ଶୁଭମନ ଗିଲ ଭାରତୀୟ ଇନିଂସକୁ ଆଗକୁ ବଢାଇବେ ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା ଏବଂ ପ୍ରଥମ ୱିକେଟ୍ ପାଇଁ ନଜମୁଲ ହସନ ଏବଂ ଜାକିରଙ୍କ ମଧ୍ୟରେ ୩୯ ରନ ଭାଗିଦାରୀ ହୋଇଥିଲା । ୧୨ ବର୍ଷ ପରେ ଟେଷ୍ଟ ମ୍ୟାଚକୁ ଫେରିଥିବା ଜୟଦେବ ଉନାଦକଟ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଜାକିର ହସନଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ମୋମିନୁଲ ଏବଂ ଅଧିନାୟକ ସାକିବଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୪୩ ରନ ଭାଗିଦାରୀ ହୋଇଥିଲା । ସକିବଙ୍କ ୱିକେଟ୍ ନେଇ ଉମେଶ ଯାଦବ ଏହି ଭାଗିଦାରୀକୁ ଭାଙ୍ଗିଥିଲେ ।

ଏହାପରେ ବାଂଲାଦେଶ ଟିମର ନିୟମିତ ବ୍ୟବଧାନରେ ୱିକେଟ ପଡ଼ି ଚାଲିଥିଲା । ବାଂଲାଦେଶ ପକ୍ଷରୁ ମୋମିନୁଲ ସର୍ବାଧିକ ୮୪ ରନ କରିଥିଲେ । ବାଂଲାଦେଶ ୨୨୭ ରନରେ ସବୁ ୱିକେଟ ହରାଇଥିଲା । ଭାରତ ପକ୍ଷରୁ ଉମେଶ ଯାଦବ ଏବଂ ଅଶ୍ୱିନ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜୟଦେବ ଉନାଦକଟଙ୍କୁ ୨ଟି ୱିକେଟ ମିଳିଥିଲା । ଭାରତ ପ୍ରଥମ ଇନିଂସରେ ଆଠ ଓଭରରେ କୌଣସି ୱିକେଟ ନ ହରାଇ ୧୯ ରନ କରିଛି।

Leave a Reply

Your email address will not be published. Required fields are marked *