ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ଅବତାର-୨ ଦେଖିବା ବେଳେ ଚାଲିଗଲା ଜୀବନ

ମୋନୋରଞ୍ଜନ ପାଇଁ ଆମେ ଅନେକ ସିନେମା,ଫିଲ୍ମ୍, ଦେଖିଥାଉ।ମାତ୍ର ସେହି ସିନେମା ଆମ ମୃତ୍ୟୁର କାରଣ ହୋଇଯିବ ତାହା କେହି ଭାବି ନଥାନ୍ତି।ବନ୍ଧୁଗଣ ମୃତ୍ୟୁ ଏମିତି ବି ଆସେ, ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି କିଛି ଘଟଣା ଆଜି ଆପଣଙ୍କ ସାମ୍ନାକୁ ନେଇ ଆସିଛି ଯାହାକୁ ଶୁଣିଲେ ସମସ୍ତଙ୍କୁ ଅବାକ୍ କରିଦେବ ।ଫିଲ୍ମ୍ ଦେଖି ଜଣେ ଲୋକଙ୍କର ମୃତ୍ୟୁ ଘଟିଛି।କାରଣ ହେଉଛି ଅତ୍ୟଧିକ ଖୁସି ଯୋଗୁଁ ।ଅଧିକ ଉତ୍ସାହିତ ହୋଇଗଲେ ଯୁବକ ଅବତାର-୨ ଦେଖିବା ବେଳେ ଚାଲିଗଲା ଜୀବନ।

ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା । ନିକଟରେ ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷିତ ତଥା ବହୁ ଚର୍ଚ୍ଚିତ ହଲିଉଡ୍‌ ଫିଲ୍ମ ଅବତାର-୨ । ଭିଏଫ୍‌ଏକ୍ସ ଏବଂ ଗ୍ରାଫିକ୍ସରେ ଭରପୁର ଏହି ଫିଲ୍ମ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି ।

ସବୁ ହଲ୍‌ରେ ହାଉସ୍ ଫୁଲ୍ । ହେଲେ ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ଦେଖାଦେଇଛି ଅଘଟଣ । ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା । ଆଉ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।ମୃତବ୍ୟକ୍ତିଙ୍କ ନାଁ ଲକ୍ଷ୍ମିରେଡ୍ଡି ଶ୍ରିନୁ ବୋଲି ଜଣାପଡ଼ିଛି । ସେ ତାଙ୍କ ଭାଇ ରାଜୁ ସହ ଅବତାର-୨ ଦେଖିବା ପାଇଁ ଯାଇଥିଲେ ।

ଫିଲ୍ମ ଅଧାରେ ଶ୍ରୀନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଭାଇ ଶ୍ରିନୁଙ୍କୁ ଅଚେତ୍‌ ଦେଖି ରାଜୁ ତୁରନ୍ତ ପେଡାପୁରମ୍‌ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରିନୁଙ୍କର ଗୋଟିଏ ପୁଅ ଏବଂ ଝିଅ।ତେବେ ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ଏଭଳି ଘଟଣା ଘଟିଥିବାର ସାମ୍ନାକୁ ଆସିଥିଲା । ଅବତାର-୧ ଫିଲ୍ମ ଦେଖିବା ବେଳେ ତାଇୱାନ୍‌ର ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କ ପରଲୋକ ହୋଇଥିଲା । ସେ ମଧ୍ୟ ହାର୍ଟ-ଆଟାକ୍‌ର ଶିକାର ହୋଇଥିଲେ।

Leave a Reply

Your email address will not be published. Required fields are marked *