ତେବେ ବନ୍ଧୁଗଣ ବର୍ତମାନ ସମୟରେ କ୍ରିକେଟ୍ ସମ୍ବନ୍ଧୀୟ ଯେଉଁ ଏକ ରୋଚକକର ଘଟଣା ଦେଖିବାକୁ ମିଳିଛି ତାହା ହେଉଛି ଆଜିଙ୍କ୍ୟ ରାହାଣେ ବୁଧବାର ଡିସେମ୍ବର ୨୧ରେ ରଣଜୀ ଟ୍ରଫି ୨୦୨୨-୨୩ର ସିଜିନର ଦ୍ଵିତୀୟ ମ୍ୟାଚ୍ରେ ଦ୍ଵିଶତକ ଅର୍ଜନ କରିଛନ୍ତି । ସେ ହାଇଦ୍ରାବାଦ ବିପକ୍ଷ ୨୬୧ ବଲ୍ରେ ସେ ୨୦୪ ରନର ଇନିଂସ ଖେଳିଛନ୍ତି । ଏଥିରେ ୨୬ ଚୌକା ଏବଂ ୩ ଛକା ସାମିଲ୍ । ଦୀର୍ଘ ସମୟ ପରେ ରାହାଣେଙ୍କ ବ୍ୟାଟ୍ରୁ ଶତକ ଦେଖିବାକୁ ମିଳିଛି ଏବଂ ଏହାକୁ ଦ୍ଵିଶତକରେ ପରିଣତ କରିଛନ୍ତି । ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ୬୦୦ ରନ କରି ପାରିଛି ।
ମୁମ୍ବାଇର ବାନ୍ଦ୍ରା କୁରଲା କମ୍ପ୍ଲେକ୍ସରେ ଖେଳା ଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦର ଅଧିନାୟକ ତନ୍ମୟ ଅଗ୍ରଓ୍ଵାଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ୨୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଏହା ପରେ ଯଶସ୍ଵୀ ଜୟସଓ୍ଵାଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ୧୫୦ ରନରୁ ଅଧିକ ଭାଗିଦାରୀ କରିଥିଲେ । ଏହା ପରେ ରାହାଣେ ଦଳର ଇନିଂସ ସମ୍ଭାଳିଥିଲେ ।

ତେବେ ଭାରତୀୟ ଦଳର ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେ ଦୀର୍ଘ ସମୟ ପରେ ନିଜ ଲୟକୁ ଫେରିଛନ୍ତି । ଟେଷ୍ଟ କ୍ରିକେଟ୍ର ଭଲ ବ୍ୟାଟସମ୍ୟାନ କୁହା ଯାଉଥିବା ରାହାଣେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଆଉ ଏକ ଦ୍ଵିଶତକ ହାସଲ କରିଛନ୍ତି । ଭାରତୀୟ ଟେଷ୍ଟ ଦଳରୁ ବାହାରେ ଥିବା ରାହାଣେ ନିଜର ଏହି ଦମଦାର ଇନିଂସ ଜରିଆରେ ପୁଣି ଥରେ ଭାରତୀୟ ଦଳରେ ସାମିଲ୍ ପାଇଁ ନିଜର ଦାବିଦାର ଉପସ୍ଥାପନ କରିଛନ୍ତି । ହେଲେ ଏବେ ମଧ୍ୟ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିପାରେ ଏବଂ ଆହୁରି ବଡ ଇନିଂସ ଖେଳିବାକୁ ପଡିପାରେ ।
ତେବେ ବନ୍ଧୁଗଣ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଅନୁସାରେ ୨୦୨୨-୨୩ ସିଜନ ପାଇଁ ପୂର୍ବତନ ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଫାଷ୍ଟ ବୋଲର ଇଶାନ୍ତ ଶର୍ମାଙ୍କୁ ବାଦ୍ ଦେଇ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ ଏବଂ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଦୋନ୍ନତି ଦେଇପାରେ ବୋଲି ଶୁଣିବାକୁ ମିଲୁଛି । ସୂଚନାଯୋଗ୍ୟ ବିସିସିଆଇ ପ୍ରତିବର୍ଷ କେନ୍ଦ୍ରୀୟ ଚୁକ୍ତିନାମା ତାଲିକା ଘୋଷଣା କରେ । ଖେଳାଳୀଙ୍କୁ ବିଭିନ୍ନ ଚାରୋଟି ଶ୍ରେଣୀରେ ରଖାଯାଏ ଏବଂ ତା’ପରେ ଗ୍ରେଡ୍ ଅନୁଯାୟୀ, ସେମାନଙ୍କ ବାର୍ଷିକ ଦରମା ଚୟନ କରାଯାଇଥାଏ