ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟ କୁମାର ଙ୍କ ଧୂଆଁଦାର ଶତକ ଦେଖନ୍ତୁ ସମ୍ପୂର୍ଣ ଖେଳ ଖବର

ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି ।ଏହି ଖେଳ ସବୁକୁ ରୋମାଞ୍ଚକ କରୁଛନ୍ତି ଭଲ ଭଲ ଖେଳାଳି ଯେମିତି ଧୋନି ,ବିରାଟ ଏବଂ ରୋହିତ ଏହିଭଳି ଅନେକ ଖେଳାଳି ଯେଉଁମାନେ ନିଜର ଭଲ ଖେଳ ପ୍ରଦର୍ଶନ କରି ଅନେକ ଲୋକଙ୍କୁ କ୍ରିକେଟ ପ୍ରେମୀ ଭାବେ ଗଢି ତୋଳିଛନ୍ତି।

ଏବେ ଦେଖିବାକୁ ଗଲେ ପ୍ରାୟତଃ ଅଧିକାଂଶ ସ୍ଥାନରେ କ୍ରିକେଟ ବହୁଳ ମାତ୍ରାରେ ନିଜର ହୋଇପାରିଛି।ଛୋଟ ପିଲା ଠାରୁ ବଡ଼ ମାନେ ମଧ୍ୟ ଏହି ଖେଳ ଠାରୁ ଦୂରେଇ ରହିପାରୁ ନାହାଁନ୍ତି।ବର୍ତମାନ ଭାରତ ର ଦୁଇ ବଶିଷ୍ଠ ଖେଳାଳି ଏବେ ଶ୍ରୀଲଙ୍କା ସହ ଖେଳାଯାଉଥିବା ଟି୨୦ ମ୍ୟାଚରେ ଖେଲୁନାହାନ୍ତି ଏବଂ ରୋହିତ ଙ୍କ ବଦଳରେ ହାର୍ଦିକ ଙ୍କୁ ଟିମ୍ ର ନେତୃତ୍ୱ ଦିଆଯାଇଛି।ପ୍ରଥମ ମ୍ୟାଚରେ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ମ୍ୟାଚ୍ ଜିତିଯାଇଛି ଯାହାଦ୍ଵାରା ଏହି ସିରିଜ ଏବେ ୧-୧ ପରିସ୍ଥିତି ରେ ପହଞ୍ଚିଛି।ଆଜି ଶ୍ରୀଲଙ୍କା ସହ ତୃତୀୟ ଟି ୨୦ମ୍ୟାଚ୍ ଖେଳାଯିବ।

ଯେବେଠାରୁ ଜାଡେଜା ଟିମ୍ ରେ ସାମିଲ ନାହାନ୍ତି ସେବେଠାରୁ ଅକ୍ଷର ପଟେଲ ଙ୍କୁ ସ୍ଥାନ ମିଳିଛି ଏବଂ ସେ ତାଙ୍କର ଭଲ ବୋଲିଙ୍ଗ ସାଙ୍ଗକୁ ବ୍ୟାଟିଂ ରେ ଭଲ ପ୍ରଦର୍ଶନ କରୁଛନ୍ତି। ଆଜିର ମ୍ୟାଚରେ ସୂର୍ୟକୁମାର ଯାଦବ, ଅକ୍ଷର ପଟେଲ ଏବଂ ଶୁବ ମାନ ଗିଲ ଙ୍କ ବଳରେ ଭାରତ ଶ୍ରୀଲଂକା କୁ ୨୨୯ ରନ ର ବିଜୟ ଲକ୍ଷ୍ୟ ଦେଇଛି ।ଯାହା ଲାଗୁଛି ଶ୍ରୀଲଙ୍କା ଏହାକୁ ଅତିକ୍ରମ କରିବାରେ ସଫଳ ନ ହୋଇପାରେ।ଏହି ମ୍ୟାଚ୍ ସୂର୍ୟକୁମାର ଯାଦବ ଏକ ନିଆରା ଢଙ୍ଗରେ ଖେଳ ପ୍ରଦର୍ଶନ କରିଥିଲେ ଯେଉଁଠି ବୋଲର ମାନଙ୍କୁ ନିର୍ଦ୍ଧୁମ ମାରିଥିଲେ।

ସେ ତାଙ୍କ ଜୀବନର ଟି ୨୦ ଫର୍ମାଟ ରେ ତୃତୀୟ ଶତକ ହାସଲ କରିଥିଲେ ଯେଉଁଥିରେ ୮ଟି ଛକା ଏବଂ ୭ ଟି ଚୌକା ମଧ୍ୟ ସାମିଲ ରହିଛି।ବର୍ତ୍ତମାନ ସୁର୍ଯ୍ୟକୁମାର ଙ୍କୁ 360 ଡିଗ୍ରୀ ବ୍ୟାଟ୍ସମ୍ୟାନ ଭଳି କୁହାଯାଉଛି ।ପୂର୍ବରୁ ଏହା ଡିଭିଲିଅର୍ସ ଙ୍କୁ କୁହାଯାଉଥିଲା।ଏହି ମ୍ୟାଚରେ ସୂର୍ଯ୍ୟକୁମାର୍ ୪୫ ଟି ବଲ ରେ ନିଜର ଶତକ ପୁରଣ କରିଥିଲେ ଯାହାଦ୍ଵାରା ଭାରତ ଶ୍ରୀଲଂକା କୁ ୨୨୯ ରନ ର ବିଶାଳ ଲକ୍ଷ୍ୟ ଦେବାରେ ସମର୍ଥ ହୋଇଛି।ଏହି ମ୍ୟାଚ୍ ରେ ଭାରତର ଅଧିନାୟକ ହାର୍ଦିକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ

Leave a Reply

Your email address will not be published. Required fields are marked *