ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ହରାଇ ଭାରତୀୟ ଟିମ୍ କଲା ଏକ ବଡ଼ ରେକର୍ଡ଼ । ଏବେ ପାକିସ୍ଥାନ ପଡ଼ିଲା ପଛରେ

ବନ୍ଧୁଗଣ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ରାଜକୋଟ ମ୍ୟାଚ ଜିତି ସିରିଜ ହାତେଇ ନେଇଛି ଭାରତ । ନିର୍ଣ୍ଣାୟକ ମୁକାବିଲାକୁ ୯୧ ରନରେ ଜିତିଲା ଭାରତ । ଭାରତର ୨୨୮/୫ ଜବାବରେ ଶ୍ରୀଲଙ୍କା ୧୩୭ରେ ଅଲ ଆଉଟ । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜକୁ ୨-୧ରେ ଜିତିଲା ଭାରତ ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌‌ର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୯୧ରନ୍‌ରେ ପରାସ୍ତ କରି ସିରିଜ୍‌ ଜିତିନେଇଛି । ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯାଉଥିବା ଶେଷ ଟି-୨୦ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୯୧ ରନ୍‌ରେ ପରାସ୍ତ କରିଛି ।

ତେବେ ସୂଚନଯୋଗ୍ୟ ଯେ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉ ଭାରତ ଦ୍ବାରା ରଖାଯାଇଥିବା ୨୨୯ରନର ବିଜୟ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ୧୬.୪ ତମ ଓଭରରେ ୧୩୭ ରନ କରି ଅଲଆଉଟ ହୋଇ ଯାଇଥିଲା।ତେବେ କ୍ରିଜର ଗୋଟିଏ ପଟେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ୮ଟି ଛକା ଓ ୬ଟି ଚୌକା ସହ ଶତକ ପୂରଣ କରିଥିଲେ । 

କିନ୍ତୁ ୩ ୱିକେଟ୍ ପରେ କ୍ରିଜର ଗୋଟିଏ ପଟେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ୮ଟି ଛକା ଓ ୬ଟି ଚୌକା ସହ ଶତକ ପୂରଣ କରିଥିଲେ । ସେ ମୋଟ ୧୧୨ ରନ କରି ଅପରାଜିତ ରହିଥିଲେ । ସେ ମୋଟ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେହିପରି ଅକ୍ଷର ପଟେଲ ଅପରାଜିତ ୨୧ ରନ କରିଥିଲେ । ତେବେ ବନ୍ଧୁଗଣ ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ହରାଇ ଭାରତ ଅନେକ ସ୍ବତନ୍ତ୍ର ରେକର୍ଡ଼ ସୃଷ୍ଟି କରିଛି ।

ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିବା ସହିତ ଭରତୀୟ ଦଳ କୌଣସି ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ସଂଖ୍ୟକ ମ୍ୟାଚ ଜିତିବା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିଛି । ଯାହାକି ଇଣ୍ଡିଆ ଏଇ ମାମଲାରେ ପାକିସ୍ଥାନକୁ ପଛରେ ପକାଇଛି ଏବଂ ଇଂଲଣ୍ଡ ସହ ସମାନ ହୋଇଯାଇଛି । ଏହି ରେକର୍ଡ଼ ହିସାବରେ ଶ୍ରୀଲଙ୍କା ବିପକ୍ଷରେ ୨୯ଟି ଟି-୨୦ ମ୍ୟାଚ୍ ଭିତରୁ ଭାରତ ୧୯ଟି ମ୍ୟାଚ୍ ଜିତିଛି । ଭାରତ ଏବଂ ଇଂଲଣ୍ଡ ଦଳ ମିଳିତ ଭାବରେ ପ୍ରଥମ ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *