ଭାରତ ଏକ ବୃହତ୍ ଜନ ଜାତିକ ସମୁଦାୟ ଦେଶ।ଆମ ଦେଶରେ ଅନେକ ପର୍ବ ପାଳନ କରାଯାଏ। ସେଥିମଧ୍ୟରୁ ଅନେକ ପର୍ବ ଦେବା ଦେବୀ ଙ୍କ ପାଇଁ ପାଳନ କରାଯାଏ। ଆମ ଦେଶ ର ଲୋକ କ୍ରିକେଟ୍ କୁ ମଧ୍ୟ ଏକ ପର୍ବ ପରି ପାଳନ କରିଥାନ୍ତି। କ୍ରିକେଟ୍ ଆମ ଦେଶର କୋଣ ଅନୁକୋଣ ରହିଛି।କ୍ରିକେଟ୍ ଦେଶର ଲୋକ ଙ୍କ ରକ୍ତ କଣିକା ରେ ରହିଛ। ପ୍ରତ୍ୟେକ ଲୋକ କ୍ରିକେଟ୍ ଦେଖିଥାନ୍ତି ଓ ଖେଳିଥାନ୍ତି।କ୍ରିକେଟ୍ ଜଗତ ର ସବୁ ଖବର ରଖିଥାନ୍ତି ମଧ୍ୟ। ଏବେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟ ରେ ଟି ୨୦ ମୁକାବିଲା ହୋଇଥିଲା।
ଭାରତ ଟିମରେ ହାର୍ଦିକ ପାଣ୍ଡ୍ୟା ଅଧିନାୟକ ହୋଇଥିଲେ, ସୂର୍ଯ୍ୟ କୁମାର ଉପ ଅଧିନାୟକ ହୋଇଛନ୍ତି। ଭାରତ ତାର ଯୁବ ବାହିନୀ କୁ ଶ୍ରୀଲଙ୍କା ସାମ୍ନା ରେ ଛିଡ଼ା କରିଛି। ପ୍ରଥମ ମ୍ୟାଚ୍ ରେ ଭାରତ ଶ୍ରୀଲଙ୍କା କୁ ପରାଜିତ କରିଥିଲା ମାତ୍ର ଦିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କା ଭାରତ କୁ ପରାସ୍ତ କରିଦେଇଥିଲା।କିନ୍ତୁ ତୃତୀୟ ମ୍ୟାଚ୍ ରେ ସୂର୍ଯ୍ୟଙ୍କ ଚମତ୍କାର ବ୍ୟାଟିଂ ପାଇ ଭାରତ ଶ୍ରୀଲଙ୍କାକୁ ମାତ୍ ଦେଇ ସିରିଜ କବଜା କରିନେଇଛି।

ଭାରତ ଏଥିରେ ଶୃଙ୍ଖଳା ବିଜୟ ଲାଭ କରିଛି। ମାତ୍ର ଶେଷ ମ୍ୟାଚ୍ ରେ ଚମତ୍କାର ପ୍ରଦଶନ କରିଥିବା ସୂର୍ୟ କୁମାର ଯାଦବଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚା ହେବାର କାରଣ ତାଙ୍କର ଅପରାଜିତ ଓ ଅବିଶ୍ୱଶିନୀୟ ଶତକ। ସେ ୫୧ ବଲ୍ ରୁ ଅପରାଜିତ ୧୧୨ ରନ କରିଥିଲେ। ଯାହା ଫଳରେ ଭାରତ ସିରିଜି ୱିନ କରିଚି।ସୂର୍ଯ୍ୟଙ୍କର ବ୍ୟାଟିଂ ଚମତ୍କାର ପଛରେ କାହାଣୀ ସେ କହିଛନ୍ତି।ସେ କହିଛନ୍ତି ତାଙ୍କର ବ୍ୟାଟିଂ ପଛରେ ତାଙ୍କର କଠିନ ପରିଶ୍ରମ ରହିଛି।
ଯାହା ସେ ସବୁ ବେଳ କରିଆସିଛନ୍ତି, ରେଗୁଲାର ଅଭ୍ୟାସ ତାଙ୍କୁ ସଫଳ କରିଛି। ମାଚ୍ ପୂର୍ବରୁ ସେ ଅଧିକ ଅଭ୍ୟାସ କରିଥାନ୍ତି। ମ୍ୟାଚରେ ସେ ଫିଲ୍ଡକୁ ଖେଳିଥାନ୍ତି, ଫିଲ୍ଡ ମଧରେ ଥିବା ଗ୍ୟାପକୁ ସେ ଖେଳିଥାନ୍ତି।ତାଙ୍କର ଏହି ବ୍ୟାଟିଂ ପାଇ ସେ ଏବେ ବିଶ୍ଵର ନମ୍ବର ୱାନ ଖେଳାଳି ହୋଇଛନ୍ତି। ଟି ୨୦ ରେ ଏବେ ତାଙ୍କ ପତିଆରା ଜାରି ରହିଛି। ନିଜର ସ୍ୱଳ୍ପ କ୍ୟାରିଅରରେ ସେ ୩ଟି ଟି ୨୦ ଶତକ ମାରି ସାରିଲେଣି। ଶ୍ରୀଲଙ୍କା ସହ ଶେଷ ମ୍ୟାଚ୍ ରେ ସେ ମ୍ୟାନ୍ ଅଫ ଦି ମ୍ୟାଚ୍ ଆୱାର୍ଡ଼ ପାଇଛନ୍ତି।