ବର୍ତମାନ ସମୟରେ ସମସ୍ତ ସେଲିବ୍ରିଟି ଙ୍କ ମଧ୍ୟରୁ ଏବେ କ୍ରିକେଟର ମାନଙ୍କର କ୍ରେଜ୍ ସବୁଠୁ ଉପରେ ରହିଛି ।ସବୁଠି ସେମାନଙ୍କର ଚର୍ଚ୍ଚା ଲାଗିରହିଛି ଏବଂ ସେମାନେ ସବୁଠି ଲୋକପ୍ରିୟ ହେବାରେ ଲାଗିଛନ୍ତି। କ୍ରିକେଟ ର ଚାହିଦା ଏବେ ଏତେ ପରିମାଣରେ ବଢ଼ିବାକୁ ଲାଗିଛି ଯାହାଦ୍ଵାରା ଏବେ ସମସ୍ତେ କ୍ରିକେଟ ପ୍ରତି ଆଗ୍ରହୀ ହେବାକୁ ଲାଗିଲେଣି ।ନିକଟରେ ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ସମାରୋହ ରେ ଭାରତର ପୂର୍ବତନ ଅଲ ରାଉଣ୍ଡର ଇର୍ଫାନ ପଥାନ୍ ଅତିଥି ଭାବରେ ଯୋଗଦେଇଥିଲେ।ତାଙ୍କ ସହ ଆଲୋଚନା ସମୟରେ ତାଙ୍କ ସମ୍ବନ୍ଧରେ ଅନେକ କଥା ବିଷୟରେ ଜାଣିବାକୁ ମିଳିଥିଲା।ସେ ତାଙ୍କର ରୁଚି ,ଭଲ ପ୍ଲେସ ହୋବି ସମ୍ବନ୍ଧରେ ଆଲୋଚନା କରିଥିଲେ।
ତାଙ୍କୁ ତାଙ୍କର ଭଲ ଅଧିନାୟକ ଭାବରେ କାହାକୁ ପସନ୍ଦ କରନ୍ତି ବୋଲି ପଚରା ଯାଇଥିଲା ଯାହାର ପ୍ରଶ୍ନ ର ଅପ୍ସନ ରେ ଗାଙ୍ଗୁଲି ଏବଂ ଧୋନି ଙ୍କୁ ରଖାଯାଇଥିଲା।ସେ ଉତ୍ତରରେ କହିଥିଲେ ଦୁହେଁ ଭଲ ଅଧିନାୟକ କିନ୍ତୁ ସେ ଅଧିନାୟକ ଭାବରେ ଗାଙ୍ଗୁଲି ଙ୍କୁ ଭଲ ଅଧିନାୟକ ବୋଲି କହିଛନ୍ତି ଏବଂ ସେ ତାଙ୍କ ବେଳେ ଖେଳିବାକୁ ପସନ୍ଦ କରିଥାନ୍ତି କାରଣ ତାଙ୍କର ସମସ୍ତ ନିଷ୍ପତି ର ଅନେକ କାରଣ ରହିଥାଏ ଯାହା ପର ମୁହୂର୍ତରେ ଠିକ୍ ବୋଲି ପ୍ରମାଣିତ ହୋଇଥାଏ।ସେ ସର୍ବଦା ସମସ୍ତ ଖେଳାଳି ଙ୍କ ମନକୁ ନେଇ ଖେଳିଥାନ୍ତି ଏବଂ ସମସ୍ତଙ୍କ ମନକୁ ନେଇ କାର୍ଯ୍ୟ ତୁଲାଇଥାନ୍ତି।

ତାଙ୍କୁ ମିଡିଆ ଙ୍କ ଦ୍ଵାରା କିଛି ପ୍ରଶ୍ନ କରା ଯାଇଥିଲା କି ୨୦୦୭ ମସିହା ସମୟରେ ହୋଇଥିବା ବିଶ୍ଵ କପ୍ ଯେଉଁଠି ଈର୍ଫାନ ଜଣେ ଭଲ ଅଲ୍ ରାଉଣ୍ଡର୍ ର ଭୂମିକା ତୁଲାଇଥିଲେ।ସେ ସେହି ବିଶ୍ଵ କପ୍ ରେ ଭଲ ପ୍ରଦର୍ଶନ କରି ଭାରତକୁ ଫାଇନାଲ ରେ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।ସେ କହିଥିଲେ କି ତାଙ୍କର ନାମ ଅନୁସାରେ ତାଙ୍କର ଗୋଟେ ବହି ରହିଛି ଯେଉଁଥିରେ ସେ ନିଜକୁ ଶାନ୍ତ୍ବନା ଦେବା ପାଇଁ ଇଚ୍ଛା କରିନାହାନ୍ତି।କାରଣ ସେ ଜଣେ ଖେଳାଳି ର ପ୍ରଦର୍ଶନ ସର୍ବର୍ଡ ସମାନ ନଥାଇ ତାହା କେବେ ଉପରକୁ ତା କେବେ ତଳକୁ ଯାଇଥାଏ ଯାହାଦ୍ଵାରା ତାଙ୍କୁ ଟିମ୍ ରେ ସ୍ଥାନ ମିଳିନଥାଏ।ଯାହା ତାଙ୍କ ସହ ହୋଇଥିଲା।
କିନ୍ତୁ ସେ ଏଥିପାଇଁ କିଛି କହିନଥିଲେ ଏବଂ ସେ ତାଙ୍କ ତରଫରୁ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରିଥିଲେ ଯେମିତି ସେ ପୁଣି ଥରେ ଟିମ୍ କୁ ପ୍ର୍ତତ୍ୟ ବର୍ତନ କରିବେ।ସେ କହିଛନ୍ତି ଯେ ଜଣେ ଖେଳାଳି ଯେତେ ବଡ଼ ଖେଳାଳି ହେଉ ନା କାହିଁକି ସିଏ ଯେ ପର୍ଯ୍ୟନ୍ତ ନିଜ ଦଳକୁ ବିଶ୍ଵ କପ୍ ଦେଇପାରିନାହିଁ ସେ ନିଜକୁ କେବେ ଶାନ୍ତ୍ବନା ଦେଇ ଖୁସି ହୋଇପାରିବ ନାହିଁ।ଜଣେ ଖେଳାଳି ହାଟ୍ରିକ ୱିକେଟ ନି କିମ୍ବା ଶତକ ,ଦ୍ୱିଶତକ ହାସଲ କଲେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ସେ ବିଶ୍ଵ କପ୍ ବିଜେତା ନାହୋଇପରିଛି ସେ ପର୍ଯ୍ୟନ୍ତ ସେ ନିଜକୁ କେବେ ଭଲ ଖେଳାଳି ଭାବରେ ମାନି ନେଇ ପାରିବ ନାହିଁ।ସେ ଧୋନି ଙ୍କ ନେତୃତ୍ୱରେ ୨୦୦୭ ବିଶ୍ଵ କପ୍ ଖେଳିଥିଲେ କିନ୍ତୁ ସେ ଭଲ ଅଧିନାୟକ ଭାବରେ ସୌରଭ ଗାଙ୍ଗୁଲି ଙ୍କୁ ବାଛିଥିଲେ