ବିସ୍ଫୋରକ ବ୍ୟାଟିଂ ସହିତ ଇତିହାସ ରଚିଲେ । ପରେ ଅକ୍ଷର ପଟେଲ କହିଲେ କେମିତି ମାରିଲେ ହ୍ୟାଟ୍ରିକ ଛକା

ବନ୍ଧୁଗଣ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ଗତ ଗୁରୁବାର ଦିନ ପୁନେରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ତାଙ୍କ ଜବରଦସ୍ତ ବ୍ୟାଟିଂ ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେ ଶ୍ରୀଲଙ୍କା ବୋଲରମାନଙ୍କୁ ଜବାବରେ ମାତ୍ର ୨୦ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ୨୦୦ ରୁ ଅଧିକ ଷ୍ଟ୍ରାଇକ୍ ହାରରେ ବ୍ୟାଟିଂ କରୁଥିବା ବେଳେ ଅକ୍ଷର୍ ୨ ଚାରି ଏବଂ ୬ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ସହ ସେ ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ସେ । ଏହି ମ୍ଯାଚରେ ଅକ୍ଷର ପଟେଲ ରଚିଲେ ଇତିହାସ । ଟି-୨୦ ରେ ଏପରି କିଛି ଅକ୍ଷର ପଟେଲ କରି ଦେଖାଇଛନ୍ତି । ଯାହା ଯୋଗୁଁ ସେ ବନିଗଲେ ଭାରତର ପ୍ରଥମ ଭାରତୀୟ । ଅକ୍ଷର ପଟେଲ ପୁନ୍ନେରେ ମହରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଲା ଯାଇଥିବା ପ୍ରଥମେ ବୋଲିଂ କରିଥିଲେ । ତା’ ପରବର୍ତ୍ତୀ ସମୟରେ ବ୍ୟାଟିଂ ମଧ୍ୟ କରିଥିଲେ । ବ୍ୟାଟିଂ ଓ ବୋଲିଂ କରି କ୍ରିକେଟ ଖେଳ ପଦର୍ଶନରେ ସେ ନିଜର ଜଲ୍ବା ଦେଖାଇଛନ୍ତି ।

ଅକ୍ଷର ପଟେଲ ୪ ଓଭରରେ ୨୪ ରନ ଦେଇ ୨ ଟି ୱିକେଟ ନେଇଥିଲେ । ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୩ ଟି ଚୌକା ୬ ଛକା ନେଇଥିଲେ । ୨୦୦ ରୁ ଅଧିକ ଷ୍ଟ୍ରାଇକ ରେ ୩୧ ବଲରେ ୬୫ ରନ କରିଥିଲେ । ବାମହାତୀ ବ୍ୟାଟ୍ସ ମ୍ଯାନ ଅକ୍ଷର ପଟେଲ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ୭ ନମ୍ବର କିମ୍ବା ତା ଠାରୁ ଅର୍ଦ୍ଧ କ୍ରମରେ ଆସି ଅର୍ଦ୍ଧ ଶତକ ଲଗାଇଥିଲେ । ଏପରି ଭାବରେ ଖେଳ ପଦର୍ଶନ କରିବାରେ ଅକ୍ଷର ପଟେଲ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ଯାଇଛନ୍ତି । ୨୮ ବର୍ଷୀୟ ଅକ୍ଷର ପଟେଲ ୨୦ ବଲରେ ୫୦ ରନ କରିବା ପାଇଁ ସମର୍ଥ ହୋଇ ଦ୍ରୁତତମ ଅର୍ଦ୍ଧଶତକ କରିବାରେ ପଞ୍ଚମ ଭାରତୀୟ ହୋଇଯାଇଛନ୍ତି । ନିଜର ଇନିସିଂକୁ ନେଇ ଅକ୍ଷର କହିଛନ୍ତି ଯେ, “ମୁଁ ସୂର୍ଯ୍ୟ ଭାଇଙ୍କ ସହ କଥା ହେଲି । ଯଦି ଗୋଟିଏ ଓଭରରେ ୧୦/୧୨ ରନ୍ ଆସେ ତେବେ ସ୍କୋର ହୋଇପାରେ ।

ଯଦି ଆମେ ଏହିପରି ୧କିମ୍ଵା ୨ଟି ବଡ଼ ଓଭର ଖେଳୁ ତେବେ କିଛି ଭି ହୋଇପାରେ । ମୁଁ ୧/୨ଟି ସଟସ୍ ମାରିବା ଆରମ୍ଭ କରିଥିଲି । କିନ୍ତୁ ଯେତେବେଳେ ହସରଙ୍ଗା ବୋଲିଂ କରିବାକୁ ଆସିଲେ ମୁଁ ଭାବି ନଥିଲି ଯେ ଅଧିକ ମାରିବି” । ଯେତେବଳେ ଆପଣ ପ୍ରଥମ ଅର୍ଦ୍ଧଶତକ କରିଥାନ୍ତି ତାହା ଭଲ ଅନୁଭବ ହୋଇଥାଏ ବୋଲି ଅକ୍ଷର ଶେଷରେ କହିଥିଲେ । ତେବେ ଏହିପରି ଭାବରେ କ୍ରିକେଟର ଅକ୍ଷର ପଟେଲ ନିଜର ଉତ୍ତମ ଖେଳ ପଦର୍ଶନ ଜାରୀ ରଖନ୍ତୁ

Leave a Reply

Your email address will not be published. Required fields are marked *