କୋହଲି ଓ ରୋହିତ ଙ୍କ T-20 କ୍ୟାରିୟର ସମାପ୍ତ ବଡ ବୟାନ ଦେଲେ କୋଚ ରାହୁଲ ଦ୍ରାବିଡ଼

ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି ।

ଏହି ଖେଳ ସବୁକୁ ରୋମାଞ୍ଚକ କରୁଛନ୍ତି ଭଲ ଭଲ ଖେଳାଳି ଯେମିତି ଧୋନି ,ବିରାଟ ଏବଂ ରୋହିତ ଏହିଭଳି ଅନେକ ଖେଳାଳି ଯେଉଁମାନେ ନିଜର ଭଲ ଖେଳ ପ୍ରଦର୍ଶନ କରି ଅନେକ ଲୋକଙ୍କୁ କ୍ରିକେଟ ପ୍ରେମୀ ଭାବେ ଗଢି ତୋଳିଛନ୍ତି।ଏବେ ଦେଖିବାକୁ ଗଲେ ପ୍ରାୟତଃ ଅଧିକାଂଶ ସ୍ଥାନରେ କ୍ରିକେଟ ବହୁଳ ମାତ୍ରାରେ ନିଜର ହୋଇପାରିଛି।ଛୋଟ ପିଲା ଠାରୁ ବଡ଼ ମାନେ ମଧ୍ୟ ଏହି ଖେଳ ଠାରୁ ଦୂରେଇ ରହିପାରୁ ନାହାଁନ୍ତି।

ନିକଟରେ ବିଶ୍ଵ କପ୍ ସେମିଫାଇନାଲରେ ଭାରତ ଇଂଲଣ୍ଡ ଠାରୁ ୧୦ ୱିକେଟ ରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ର କିଛି ଖେଳାଳି ଙ୍କ ସ୍ଥାନ ପରିବର୍ତ୍ତନ ହେବା ସହ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ଏହି ସବୁକୁ ଦେଖିବାକୁ ଗଲେ ଭାରତ ର ଅଧିନାୟକ ରୋହିତ ଶର୍ମା ,ବିରାଟ କୋହଲି,ରାହୁଲ ଭଳି ଖେଳାଳି ଙ୍କୁ ବିଶ୍ରାମ ଦିଆ ଯାଇଛି। ଏହି ଖେଳାଳି ମାନେ ବିଶ୍ଵ କପ୍ ସେମିଫାଇନାଲ ମ୍ୟାଚ ପର ଠାରୁ ଏ ପର୍ଯ୍ୟନ୍ତ କୌଣସି ସର୍ଟ ଫର୍ମାଟ ଟି ୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି ଏବଂ ଏନେଇ ଏବେ ଭାରତ ର ମୁଖ୍ୟ ପ୍ରଶିକ୍ଷକ ସୂଚନା ଦେଇଛନ୍ତି ଯେ ବିରାଟ ଏବଂ ରୋହିତ ହୁଏତ ଆଗକୁ ଆଉ ସର୍ଟ ଫର୍ମାଟ ମ୍ୟାଚ୍ ରେ ଖେଳି ନ ପାରନ୍ତି।

କାରଣ ବିଶ୍ଵ କପ୍ ପରଠାରୁ ହାର୍ଦିକ ଅଧିନାୟକ ପଦ ସମ୍ଭାଲୁଥିବ ବେଳେ କେବଳ ଚାରିଜଣ ଖେଳାଳି ଏବେ ଶ୍ରୀଲଙ୍କା ସହ ନିଜର ଖେଳ ଜାରି ରଖିଛନ୍ତି ।ସେମାନେ ହେଉଛନ୍ତି ଅକ୍ଷର,ହାର୍ଦିକ, ସୂର୍ଯ୍ୟକୁମାର ଏବଂ ଅର୍ଶ ଦିପ ।ଏମାନଙ୍କ ଛଡା ଆଉ କେଉଁ ଖେଳାଳି ଏବେ ଟିମ୍ ରେ ସାମିଲ ନାହାନ୍ତି।ଏଣୁ ଅନୁମାନ କରାଯାଉଛି କି ଆଗକୁ ଥିବା ଟି ୨୦ ବିଶ୍ଵ କପ୍ ପାଇଁ ଯୁବ ଖେଳାଳି ମାନଙ୍କ ମଧ୍ୟରୁ ଉପଯୁକ୍ତ ଖେଳାଳି ଚୟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ସେଥିପାଇଁ ଏମାନଙ୍କୁ ଅନେକ ମାତ୍ରାରେ ଖେଳିବାର ସୁଯୋଗ ଦିଆଯାଉଛି ।

ବର୍ତମାନ ସମୟ ର ଭାରତ ର କ୍ରିକେଟ୍ ଟିମ୍ ର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ଯେ ଆଗକୁ ଥିବା ଦିନିକିଆ ବିଶ୍ଵ କପ୍ ପାଇଁ ଟିମ୍ ର ବିଶିଷ୍ଟ ଖେଳାଳି ସ୍ଥାନ ପାଇବେ କିନ୍ତୁ ସେମାନଙ୍କୁ ସର୍ଟ ଫର୍ମାଟ ପାଇଁ ଆଉ ସୁଯୋଗ ନ ମିଳିପାରେ।ଏହି ଖବର ପାଇବା ପରେ ନିଶ୍ଚିତ ଏହି ଦୁଇ ବିଶିଷ୍ଟ ଖେଳାଳି ଙ୍କ ଫ୍ୟାନ ମାନେ ଦୁଃଖ ପ୍ରକାଶ କରୁଥିବେ ।ଏହି କଥାରୁ ଏତିକି ବୁଝିବାକୁ ପଡୁଛି କି ବର୍ତ୍ତମାନ ସମୟର ଦୁଇ ବଶିଷ୍ଠ ଖେଳାଳି ଏବେ ସର୍ଟ ଫର୍ମାଟ ରେ ସ୍ଥାନ ପାଇବା ଏବେ ଅସମ୍ଭବ ଲାଗୁଛି ।ଜାଣିବାକୁ ବାକୁ ରହିଛି କି ଏହା ଟିମ୍ ପାଇଁ କରାଯାଉଛି ନା ଜାଣି ଶୁଣି ଖେଳାଳି ଙ୍କୁ ଖେଳିବା ପାଇଁ ଟିମ୍ ରେ ସ୍ଥାନ ଦିଆ ଯାଉନାହିଁ।

Leave a Reply

Your email address will not be published. Required fields are marked *