ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି ।
ଏହି ଖେଳ ସବୁକୁ ରୋମାଞ୍ଚକ କରୁଛନ୍ତି ଭଲ ଭଲ ଖେଳାଳି ଯେମିତି ଧୋନି ,ବିରାଟ ଏବଂ ରୋହିତ ଏହିଭଳି ଅନେକ ଖେଳାଳି ଯେଉଁମାନେ ନିଜର ଭଲ ଖେଳ ପ୍ରଦର୍ଶନ କରି ଅନେକ ଲୋକଙ୍କୁ କ୍ରିକେଟ ପ୍ରେମୀ ଭାବେ ଗଢି ତୋଳିଛନ୍ତି।ଏବେ ଦେଖିବାକୁ ଗଲେ ପ୍ରାୟତଃ ଅଧିକାଂଶ ସ୍ଥାନରେ କ୍ରିକେଟ ବହୁଳ ମାତ୍ରାରେ ନିଜର ହୋଇପାରିଛି।ଛୋଟ ପିଲା ଠାରୁ ବଡ଼ ମାନେ ମଧ୍ୟ ଏହି ଖେଳ ଠାରୁ ଦୂରେଇ ରହିପାରୁ ନାହାଁନ୍ତି।

ବର୍ତମାନ ଭାରତ ର ଦୁଇ ବଶିଷ୍ଠ ଖେଳାଳି ଏବେ ଶ୍ରୀଲଙ୍କା ସହ ଖେଳାଯାଉଥିବା ଟି୨୦ ମ୍ୟାଚରେ ଖେଲୁ ନଥିଲେ। ରୋହିତ ଙ୍କ ବଦଳରେ ହାର୍ଦିକ ଙ୍କୁ ଟିମ୍ ର ନେତୃତ୍ୱ ଦିଆଯାଇଥିଲା ଯାହାକୁ ଭଲ ଭାବରେ ହାର୍ଦିକ ତୁଲାଇ ପାରିଛନ୍ତି।ସେ ଶ୍ରୀଲଙ୍କା ସହ ଟି ୨୦ ସିରିଜ କୁ ଜିତି ପାରିଛି।ଏବେ ଭାରତ ଶ୍ରୀଲଙ୍କା ବିରୁଦ୍ଧରେ ଦିନିକିଆ ମ୍ୟାଚ୍ ଖେଳିବ ଏବଂ ଏଥର ଶ୍ରୀଲଙ୍କା ସହ ଖେଳିବା ପାଇଁ ରୋହିତ ,ବିରାଟ,ବୁମ୍ରାହ୍ ଏବଂ ଜାଡେଜା ଟିମ୍ କୁ ଫେରିଛନ୍ତି। ଏବେ ଦେଖିବାର ବାକି ରହିଛି ଯେ କିଏ ରୋହିତ ଙ୍କ ସହ ଓପନ କିଏ କରିବ ଏବଂ କେଉଁ ମାନେ ଖେଳିବା କୁ ଦଳରେ ସ୍ଥାନ ପାଇବେ।
ଆସନ୍ତା ଦଶ ତାରିଖରୁ ତିନି ଟିକିଆ ଦିନିକିଆ ମ୍ୟାଚ୍ ଭାରତ ଶ୍ରୀଲଂକା ବିରୁଦ୍ଧରେ ଖେଳିବ ।ଏହି ଦୁଇ ମ୍ୟାଚ୍ ଭିତରେ ବହୁତ୍ ରେକର୍ଡ ରହିଛି ।ଭାରତର ନେତୃତ୍ଵ ରୋହିତ ନେଉଥିବା ବେଳେ ଶନକା ଶ୍ରୀଲଙ୍କା ର ନେତୃତ୍ୱ ନେବେ ଏବେ ବାକି ରହିଲା କାହାର ପଲ୍ଲା ଭାରିରହିବ ଏବଂ କିଏ ଜିତିବ।ଦେଖିବାକୁ ଗଲେ ରୋହିତ ଙ୍କର୍ ଶ୍ରୀଲଙ୍କା ବିରୁଦ୍ଧରେ ଭଲ ସ୍କୋର ରହିଛି କାରଣ ସେ ଦିନିକିଆରେ ଶ୍ରୀଲଙ୍କା ସହ ଖେଳି ୨ ଟି ଦୁଇ ଶତକ ମାରିବା ସହ ଶତକ ମଧ୍ୟ ହାସଲ କରିଛନ୍ତି