ଆରମ୍ଭ ନ ହେଉଣୁ କ୍ୟାରିଅର ଶେଷ । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କ୍ରମାଗତ ଭାବରେ ବିଫଳ

ବାପାଙ୍କ ପରେ ଏବେ କ୍ରିକେଟ ମଇଦାନରେ ନିଜର ଚମତ୍କାର ପ୍ରଦର୍ଶନ ଦେଖାଇ ଆସୁଥିଲେ ଜୁନିଅର ତେନ୍ଦୁଲକର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚରେ ହିଁ ଶତକ ହାସଲ କରିଥିଲେ ଅର୍ଜୁନ ତେନ୍ଦୁଲକର । ଅର୍ଜୁନ ତେନ୍ଦୁଲକର ଗୋଆ ତରଫରୁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ ଏବଂ ସେ ଡେବ୍ୟୁ ମ୍ୟାଚରେ ହିଁ ଶତକୀୟ ଇନିଂସ ଖେଳି କ୍ରିକେଟ ମଇଦାନରେ ସଚିନଙ୍କ ଅବତାରକୁ ପୁଣି ଥରେ ମନେପକାଇ ଦେଇଥିଲେ । ଅର୍ଜୁନ ତେନ୍ଦୁଲକର ରଣଜୀରେ କରିଥିଲେ ଜବରଦସ୍ତ ଡେବ୍ୟୁ ।

କିନ୍ତୁ ବର୍ତମାନ ସମୟରେ ତାଙ୍କ ବ୍ୟାଟ ରହିଛି ସମ୍ପୂର୍ଣ ନୀରବ । ଆରମ୍ଭ ନ ହେଉଣୁ ଶେଷ ହୋଇ ଯିବନି ତୋ ଅର୍ଜୁନଙ୍କ କ୍ୟାରିଆର ତାକୁ ନେଇ ବଡ଼ ସନ୍ଦେହ ଏବେ ଦେଖିବାକୁ ମିଳିଛି । କ୍ରିକେଟର ଭଗବାନ କୁହାଯାଉଥିବା ତେନ୍ଦୁଲକର କ୍ରିକେଟ ଦୁନିଆର ଅନେକ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି । ରାଜସ୍ଥାନ ବିପକ୍ଷରୁ ଏକ ଶତକ କରି ନିଜର ଚମତ୍କାର କ୍ୟାରିଅର ଆରମ୍ଭ କରିଥିବା ଅର୍ଜୁନ ଏବେ ବ୍ୟାଟସମ୍ୟାନ୍ ମାନଙ୍କ ସହିତ ନିଜର ଫର୍ମ ବଜାୟ ରଖିବାରେ ସକ୍ଷମ ହୋଇନାହାନ୍ତି ।

ତାଙ୍କର ସ୍ମରଣରେ ଡେବ୍ୟୁ ପର ଠାରୁ ଅର୍ଜୁନ କ୍ରମାଗତ ଭାବରେ ନିଜର ବେଟ ସହିତ ଫ୍ଲପ୍ ହୋଇ ଗୋଟିଏ ପରେ ଗୋଟିଏ ନିଜର ଖରାପ ଇନିଂସ୍ ଖେଳୁଛନ୍ତି । ରାଜସ୍ଥାନ ବିପକ୍ଷ ରେ ଏକ ଶତକ ହାସଲ କରିବା ପରେ ଅର୍ଜୁନ ଝାଡ଼ଖଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ରେ ଏକ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କର୍ଣାଟକ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଅର୍ଜୁନ ଗୋଲ୍ଡେନ ଡ୍ରୋ ଅର୍ଥାତ୍ ଜିରୋ ସ୍କୋରରେ ଆଉଟ୍ ହୋଇଥିଲେ । କେରଳ ବିପକ୍ଷରେ ମଧ୍ୟ ତାଙ୍କ ସଂଘର୍ଷ ଜାରି ରହିଥିଲା ।

ସେ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ । ଅର୍ଜୁନ ତେନ୍ଦୁଲକର ନିଜର ରଣଜୀ ଟ୍ରଫିରେ ଏକ ଶତକ ରନ୍ କରି ନିଜର ସୁବର୍ଣ୍ଣ ଭବିଷ୍ୟତର ଶୁଭାରମ୍ଭର ସଂକେତ ଦେଇଥିଲେ । କିନ୍ତୁ ତାପରେ ଗୋଟିଏ ଇନିଂସ୍ ପରେ ଫ୍ଲପ ହୋଇଯିବାର ଦେଖା ଯାଇଛି । ଅର୍ଜୁନ ତେନ୍ଦୁଲକରଙ୍କ ଶତକ ପରେ ଯୁବରାଜ ସିଂଙ୍କ ପିତା ତଥା ପୂର୍ବତନ ଭାରତୀୟ ଖେଳାଳି ଏହାର ଶ୍ରେୟ ନେଇଥିଲେ । ତାଙ୍କ ତତ୍ବାବଧାନରେ ଅର୍ଜୁନଙ୍କ ବ୍ୟାଟିଂ ଶୈଳୀରେ ଉନ୍ନତି ହୋଇଥିଲା ।

Leave a Reply

Your email address will not be published. Required fields are marked *