ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି।
ବର୍ତମାନ ଭାରତ ଶ୍ରୀଲଙ୍କା ବିପକ୍ଷରେ ଆସନ୍ତା ତିନି ତାରିଖରୁ ରୁ ଟି ୨୦ ମ୍ୟାଚ୍ ଖେଳିବ ଏବଂ ଏହି ମ୍ୟାଚ୍ ରେ ହାର୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ କାର୍ଯ୍ୟ ତୁଲାଇଥିଲେ ଏବଂ ଏହି ଟି ୨୦ ସିରିଜ୍ ରେ ରୋହିତ , ବିରାଟ,ରାହୁଲ, ସେମି ପ୍ରଭୃତି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ବଦଳରେ ଇସନ୍ କିଶନ , ଶୁବମାନ ଗିଲ ଏବଂ ସାମସନ ସ୍ଥାନ ପାଇଛନ୍ତି ।ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଇଶାନ କିଶନ ଏବଂ ଶୁବମାନ ଗିଲ ପାଳି ଆରମ୍ଭ କରିଥିଲେ।

କିନ୍ତୁ ଇଣ୍ଡିଆ ବହୁତ୍ ଶୀଘ୍ର ୱିକେଟ ଭାବରେ ଗିଲ ଙ୍କୁ ହରାଇଥିଲା ଏବଂ ତା ପରେ ସୂର୍ଯ୍ୟ କୁମାର ଯାଦବ ଏବଂ ସଞ୍ଜୁ ସାମ୍ସନ ମଧ୍ୟ ପାଭିଲିଓନ କୁ ଫେରିଯାଇଥିଲେ ଯାହାଦ୍ଵାରା ଟିମ୍ ଇଣ୍ଡିଆ ସଙ୍କଟରେ ପଡିଯାଇଥିଲା। ଇଶାନ୍ କିଶନ କିନ୍ତୁ ତାଙ୍କର ଖେଳ ଜାରି ରଖିଥିଲେ ଏବଂ ତାଙ୍କ ସହ ହାର୍ଦିକ ପାଣ୍ଡ୍ୟା ସାମିଲ ହୋଇଥିଲେ ଏବଂ ପାଳି କୁ ଆଗକୁ ନେଇଥିଲେ କିନ୍ତୁ ଇସାନ କିଶନ ଭୁଲ ସଟ୍ ଖେଳି ଆଉଟ୍ ହୋଇଥିଲେ ଯାହା ଦ୍ଵାରା ଇଣ୍ଡିଆ କୁ ଶକ୍ତ ଧକ୍କା ଲାଗିଥିଲା।ପରେ ଅକ୍ଷର ଏବଂ ହାର୍ଦିକ ମିଶି କିଛି ଆକ୍ରମଣାତ୍ମକ ଖେଳ ଜରିରଖିଥିଲେ ଏବଂ କିଛି ସମୟ ପରେ ହାର୍ଦିକ ନିଜ ୱିକେଟ ଦେଇଦେଇଥିଲେ।
ପରେ ଦୀପକ ହୁଡା ଅକ୍ଷର ଙ୍କ ସହ ମିଶି ଶେଷରେ ଭଲ ପାଳି ଖେଳିଥିଲେ ଏବଂ ଉଭୟ ଖେଳାଳି ନିଜ ମଧ୍ୟରେ ୭୦ ରନ ପାଖା ପାଖି ରନ କରିଥିଲେ ଯେଉଁଠି ହୁଡା ଙ୍କ ୪୪ ରନ ର ଆକର୍ଷିତ ପାଳି ଦେଖିବାକୁ ମିଳିଥିଲା ଏବଂ ସେମାନେ ୧୬୨ ରନ ର ବିଜୟ ଲକ୍ଷ୍ୟ ଦେଇଥିଲେ। ଶ୍ରୀଲଙ୍କା ୧୬୨ ରନ ର ପିଛା କରି ୧୬୦ ରନ ରେ ନିଜର ସମସ୍ତ ୱିକେଟ ହରାଇ ୨ ରନ ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ରେ ଉମ୍ରାନ ମଲ୍ଲିକ ୨ ଟି , ଶୁଭମ୍ ମାଭି ୪ ଟି ଏବଂ ହର୍ଷଲ୍ ପଟେଲ ୨ ଟି ୱିକେଟ ନେଇଥିଲେ ଏବଂ ଶେଷରେ ହୁଡା ଙ୍କ ଭଲ ଫିଲ୍ଡିଂ ଯୋଗୁଁ ଦୁଇ ରନ ଆଉଟ୍ ହୋଇଥିଲା ଯାହା ଦ୍ଵାରା ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଦିଆଯାଇଥିଲା।