ନୂଆ ବର୍ଷ ଆରମ୍ଭରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ଟି-୨୦ ସିରିଜ ଖେଳିବାକୁ ଯାଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଅର୍ଥାତ ଜାନୁଆରୀ ୩ରେ ଖେଳାଯିବ । ନୂଆ ବର୍ଷ ଆରମ୍ଭରୁ ଏକ ବ୍ଲକବଷ୍ଟର ସିରିଜ୍ ସହିତ ଟିମ୍ ଇଣ୍ଡିଆର ଆରମ୍ଭ ହେବ । ଆସନ୍ତା ବର୍ଷ ବିଶ୍ୱ କ୍ରିକେଟର କିଛି ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆକୁ ମଧ୍ୟ ଅନେକ ମ୍ୟାଚ୍ ଖେଳିବାର ଅଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ମୁମ୍ୱାରେ ଖେଳାଯିବ ।

ଏହି ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ ପ୍ରଶଂସକ ଉତ୍ସାହିତ ଅଛନ୍ତି । ତେବେ ଜାନୁଆରୀ ୩ ରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କ ବଦଳରେ ଦଳର ଅଧିନାୟକତା ସମ୍ଭାଳିବେ ହାର୍ଦ୍ଧିକ ପାଣ୍ଡ୍ୟା । ଏହି ସିରିଜ୍ ପାଇଁ ନିକଟରେ ଭାରତୀୟ ଦଳ ଘୋଷଣା କରାଯାଇଥିଲା ଏବଂ ଟି -୨୦ ଦଳରେ ସୁର୍ଯ୍ୟକୁମାର ଯାଦବଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ସୂର୍ଯ୍ୟ କୁମାର ୨୦୨୨ ମସିହାରେ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ହାରାହାରି ୪୫.୫୬ ରେ ୩୧ ଟି-୨୦ ଇଣ୍ଟରନ୍ୟାସନାଲରେ ୧୧୬୪ ରନ୍ ସ୍କୋର କରିଥିଲେ । ତେବେ ଭାରତର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ଅପେକ୍ଷାରେ ମହା ରେକର୍ଡ । ତେବେ କହିବାର ଅର୍ଥ ଆଗାମୀ ଭବିଷ୍ୟତରେ ସୂର୍ଯ୍ୟକୁମାର ଧୋନୀ ଏବଂ ରାଇନାଙ୍କ ରେକର୍ଡ଼ ଭାଙ୍ଗିବାର ସୁଯୋଗ ପାଇବେ ।

ଯଦି ଏହି ସିରିଜ୍ ର ସୂର୍ଯ୍ୟକୁମାର ୨୦ଟି ଛକା ମାରନ୍ତି ତାହାଲେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୧୦୦ ଟି ଛକା ପୂରଣ କରିବାରେ ତୃତୀୟ ଭରତୀୟ ଖେଳାଳୀ ହୋଇଯିବେ । ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ୪୦ ଇନିଂସରେ ୮୦ଟି ଛକା ମାରିଛନ୍ତି । ଏପର୍ଯ୍ୟନ୍ତ କେବଳ ରୋହିତ ଶର୍ମା ୧୮୨ ଏବଂ ବିରାଟ କୋହଲି ୧୧୭ଟି ଚ୍ଛକା ମାରି ଏହି କୀର୍ତ୍ତିମାନ କରିଛନ୍ତି । କହି ରଖିବୁ ଯେ ଗତବର୍ଷ ସୂର୍ଯ୍ୟକୁମାର ଟି-୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିଥିବା ବିଶ୍ଵ ରେକର୍ଡ ସୃଷ୍ଟି କରିଥିଲେ । ୨୦୨୨ରେ ସେହି ଫର୍ମାଟରେ ୬୮ଟି ଛକା ମାରିଥିଲେ । ଆଉ ଏହା ବ୍ୟତୀତ ସୂର୍ଯ୍ୟକୁମାର ଯଦି ୧୯ଟି ଚୌକା ମାରନ୍ତି ସେହି ଫର୍ମାଟରେ ୫୦ ଚୌକା ପୂରଣ ହୋଇଯିବ । ଯାହାକି ଧୋନୀ ଓ ରାଇନାଙ୍କୁ ପଛରେ ପକାଇବାର ସମ୍ଭାବନା ।