ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ ବର୍ତମାନ ସମୟରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଏଡମିଟ ଅଛନ୍ତି । ସୂଚନା ଅନୁସାରେ, ତାଙ୍କ କାର ଡିଭାଇଡରରେ ଧକ୍କା ଲାଗିଥିଲା ଓ ଜଳି ପାଉଁଶ ହୋଇ ଯାଇଥିଲା । ତେବେ ଋଷଭ ପନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବାନୁସାରେ, ଋଷଭ ପନ୍ତଙ୍କୁ ଲିଗାମେଣ୍ଟ ଆଘାତ ଲାଗିଛି । ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ, ଲିଗାମେଣ୍ଟ ଆଘାତ ଭଲ ହେବା ପାଇଁ ୨-୬ ମାସ ସମୟ ଲାଗିଥାଏ । ଡେରାଡୁନର ମାକ୍ସ ହସପିଟାଲରେ ଚିକିତ୍ସିତ ହେଉଥିବା ପନ୍ତଙ୍କର ମୁଣ୍ଡରେ ଷ୍ଟିଚ୍ ପଡ଼ିଥିଲେ ବି କୌଣସି ଅନ୍ତରୀଣ ଆଘାତ ହୋଇନାହିଁ । ତେବେ ତାଙ୍କର ପିଠି ଓ ଆଣ୍ଠୁରେ ଆଘାତ ଲାଗିଛି ।

ଏଥିରୁ ଆରୋଗ୍ୟ ଲାଭ କରି ପ୍ରାକ୍ଟିସ ଆରମ୍ଭ କରିବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି ଡାକ୍ତରମାନେ କହିଛନ୍ତି ।ଏମ୍ସ-ଋଷିକେଶର ସ୍ପେର୍ଟସ ଇନଜୁରୀ ବିଭାଗର ମୁଖ୍ୟ ଡ.କମର ଆଜମ କହିଛନ୍ତି ଯେ ପନ୍ତଙ୍କ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଯେ ସେ ଆସନ୍ତା ୩ରୁ ୬ ମାସ ପର୍ଯ୍ୟନ୍ତ ଆଣ୍ଠୁ ଆଘାତରୁ ଆରୋଗ୍ୟ ଲାଭ କରିପାରିବେ ନାହିଁ ।
ତେବେ କିଛି ମାସ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି । ଋଷଭ ପନ୍ତ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଆଉ ଏପରି ପରିସ୍ଥିତିରେ ଯଦି ଋଷଭ ପନ୍ତ ଆଇପିଏଲ୍ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଜଣେ ନୂଆ ଅଧିନାୟକ ଖୋଜିବାକୁ ପଡ଼ିବ । ଯଦି ଆପଣ ଦିଲ୍ଲୀ କ୍ୟାପିଟାଲ୍ସର ସ୍କ୍ୱାଡକୁ ଦେଖିବେ, ତେବେ ଏହା ଏକ ଯୁବ ଦଳରେ ପରିପୂର୍ଣ୍ଣ । ଏଭଳି ପରିସ୍ଥିତିରେ ଅଧିନାୟକ ଖୋଜିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହେବ । ତେବେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର କମାଣ ମିଳିପାରେ।

ତେବେ ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆର ଦମଦାର୍ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନରଙ୍କ ରୂପରେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଜଣେ ମହାନ ଖେଳାଳି ଅଛନ୍ତି । ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ ଆଇପିଏଲ୍ ଟ୍ରଫି ଜିତିଥିଲା । ଏଭଳି ପରିସ୍ଥିତିରେ ଦୀର୍ଘ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୱାର୍ଣ୍ଣର ପ୍ରଥମ ବିକଳ୍ପ ହୋଇ ପାରନ୍ତି । ତେବେ ଏହାର ଆଧିକାରିକ ଘୋଷଣା ଆଇ-ପି-ଏଲର ଠିକ୍ ପୁର୍ବରୁ କରାଯାଇ ପାରେ