ରିଷଭ୍ ପନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ଏୟାରଲିଫ୍ଟ ହୋଇପାରନ୍ତି ପଂଥ ପଢନ୍ତୁ ସମ୍ପୂର୍ଣ ଖବର

ପାଠକ ଗଣ ଆପଣମାନେ ତ ଭାରତୀୟ ଯୁବ ଖେଳାଳି ରିଷଭ୍ ପନ୍ତଙ୍କ ଗାଡ଼ି ଦୁ-ର୍ଘ-ଟ-ଣା ସମ୍ପର୍କ ରେ ଜାଣିଥିବେ ନିଶ୍ଚୟ।ତେବେ ଏହି ଘଟଣାରେ ପନ୍ତ ଗୁରୁତର ଭାବରେ ଆ-ଘା-ତପ୍ରାପ୍ତ ହୋଇଥିଲେ।ସେ ଡେରାଡୁନ ର ମାକ୍ସ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ।କିନ୍ତୁ ଏବେ ଯେଉଁ ଖବର ମିଳିଛି ତାହା ହେଉଛି ରିଷଭ୍‌ ପନ୍ତଙ୍କୁ ଏୟାରଲିଫ୍ଟ କରାଯାଇପାରେ।

ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି। ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌ (ଡିଡିସିଏ) ର ଏକ ଟିମ୍ ଆଜି ଡେରାଡୁନ ଯାଉଛନ୍ତି।ଏହି ଟିମ୍ ମାକ୍ସ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ଡିଡିସିଏ ର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ଯଦି ଦରକାର ପଡ଼େ ଋଷଭ୍‌ଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ। ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାରଲିଫ୍ଟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ତେବେ ଆଶ୍ୱସ୍ତିର କଥା ହେଉଛି ଋଷଭ୍‌ଙ୍କ ମୁଣ୍ଡ କିମ୍ବା ମେରୁଦଣ୍ଡରେ ବଡ଼ ଧରଣର ଆ-ଘା-ତ ଲାଗି ନାହିଁ।ଏମ୍ ଆର୍ ଆଇ ସ୍କାନରୁ ଏହା ସ୍ପଷ୍ଟ ହୋଇଛି। କିନ୍ତୁ ଆଣ୍ଠୁ ଓ ଗୋଇଠି ଫୁଲି ରହିଛି।ତେବେ କ’ଣ ହୋଇଛି, ତାହା ଜାଣିବାକୁ ଆଜି ସ୍କାନ କରାଯିବ।ଏବେ ରିଷଭ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାର ମାକ୍ସ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି।ଏବେ ସେ ଅବଜର୍ଭେସନରେ ଅଛନ୍ତି।

ଗତକାଲି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଦିଲ୍ଲୀ-ହରିଦ୍ୱାର ରାସ୍ତାରେ ଦୁ-ର୍ଘ-ଟ-ଣାଗ୍ରସ୍ତ ହୋଇଥିଲା ରିଷଭ୍‌ଙ୍କ କାର୍।ସେପଟେ ଡେରାଡୁନରେ ଋଷଭ୍‌ଙ୍କ ଭେଟି ତାଙ୍କ ସ୍ଥିତି ବାବଦରେ ପଚାରି ବୁଝିଛନ୍ତି ଅଭିନେତା ଅନୁପମ ଖେର ଓ ଅନୀଲ କପୁର। ହସ୍ପିଟାଲକୁ ଯାଇ ରିଷଭ୍‌ଙ୍କ ସହ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କହିଛନ୍ତି। ତେବେ ରିଷଭ୍ ଜଲଦି ଠିକ୍ ହୋଇଯାଆନ୍ତୁ ତାହା ଆମ୍ଭେ କାମନା କରୁଛୁ।

Leave a Reply

Your email address will not be published. Required fields are marked *