ଦୁର୍ଘଟଣାଗ୍ରସ୍ତ ରିଷଭ୍ ପନ୍ତ ଉପରେ ଲାଗିବ ଏହି କେସ ଏହି ଖବର ବିଷୟ ରେ ସୂଚନା ଦେଇଛନ୍ତି ଡିଜିପି

ବର୍ତ୍ତମାନ ଦୁର୍ଘଟଣା ରେ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇ ହସ୍ପିଟାଲ୍ ରେ ଚିକତ୍ସିତ ହେଉଥିବା ଭାରତୀୟ ଷ୍ଟାର୍ କ୍ରିକେଟର ରିଷଭ୍ ପନ୍ତ ଙ୍କ ଏହି ଦୁର୍ଘଟଣା ସମ୍ବନ୍ଧ ରେ ପ୍ରତିଦିନ କିଛି ନା କିଛି ଖବର ସାମ୍ନା କୁ ଆସୁଛି।ଆମ୍ଭେ ଆପଣମାନଙ୍କୁ ଜଣାଇବାକୁ ଚାହିଁବୁ କି ପନ୍ତ ନିଜ ଘର ଅଭିମୁଖେ ଯାଉଥିବା ସମୟ ରେ ଦିଲ୍ଲୀ – ଡେରାଡୁନ ହାଇୱେ ରେ ଡିଭାଇଡରରେ ପିଟି ହୋଇ ଯାଇଥିଲା ତାଙ୍କ ଗାଡ଼ି।

ଫଳ ରେ ତାଙ୍କ ଗାଡ଼ି ସେହି ସ୍ଥାନରେ ଜଳିଯାଇଥିଲା।ଏହି ଦୁର୍ଘଟଣା ରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ପିଠି,ଗୋଡ଼ ଏବଂ ହାତ ରେ ଗୁରୁତର ଭାବରେ ଆଘାତ ଲାଗିଛି।ତେଣୁ ସେ ଏବେ ଡେରାଡୁନ ମାକ୍ସ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ତେବେ ଏହି ଘଟଣା ର ସିସିଟିଭି ଫୁଟେଜ ରୁ ଯାହା ଜଣାପଡ଼ିଛି ଯେ ଦୁର୍ଘଟଣା ସମୟ ରେ ପନ୍ତ ଙ୍କ ଗାଡ଼ି ଅଧିକ ସ୍ପିଡ୍ ରେ ଥିଲା।

ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ଉଠୁଛି ଯେ ଏହି ଘଟଣା ରେ ପନ୍ତ ଙ୍କ ଉପରେ ଓଭର ସ୍ପିଡିଂ ର କେସ ଲାଗିବା ନା ନାହିଁ ଓ ତାଙ୍କ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ କୁ ଏୟାରଲିଫ୍ଟ କରାଯିବ ନା ନାହିଁ ବୋଲି ଏବଂ ଘଟଣା ସ୍ଥଳ ରେ ଫୋରେନ୍ସିକ୍ ଟିମ୍ ପହଞ୍ଚି ଯେଉଁ ଯାଞ୍ଚ କରିଛି ତାହାର ଫଳାଫଳ କଣ ରହିଛି।ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ଜନସାଧାରଣ ରେ ଉଙ୍କି ମାରୁଛି।

ତେବେ ଏହି କଥା ରେ ଡିଜିପି କହିଛନ୍ତି କି,ଘଟଣା ସ୍ଥଳରେ ଫରେନ୍ସିକ୍ ଟିମ୍ ଛାନଭିନ୍ କରୁଛି।ଯାଞ୍ଚ ପରେ ଜଣାପଡ଼ିବ ଯେ ରିଷଭ୍ ଙ୍କ ଉପରେ ଓଭର ସ୍ପିଡ଼ିଂ ର କେସ ଲାଗିବ ନା ନାହିଁ।ଏହିପରି ସେ ଏହା ବି ସୂଚନା ଦେଇଛନ୍ତି କି ପନ୍ତଙ୍କୁ ଏୟାରଲିଫ୍ଟ କରାଯିବ ନାହିଁ ବୋଲି।ତେବେ ପନ୍ତ ଙ୍କ ପ୍ରଶଂସକ ମାନେ ତାଙ୍କ ଠିକ୍ ହେବାର କାମନା କରୁଛନ୍ତି

Leave a Reply

Your email address will not be published. Required fields are marked *