ଇସାନ କିଶାନ ଦେଖାଇଲେ ମାହି ଙ୍କ ଝଲକ ଏମିତି କିଛି କାମ କଲେ ଦେଖନ୍ତୁ ଭିଡ଼ିଓ

ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି।

ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଇଶାନ କିଶନ ଏବଂ ଶୁବମାନ ଗିଲ ପାଳି ଆରମ୍ଭ କରିଥିଲେ କିନ୍ତୁ ଇଣ୍ଡିଆ ବହୁତ୍ ଶୀଘ୍ର ୱିକେଟ ଭାବରେ ଗିଲ ଙ୍କୁ ହରାଇଥିଲା ଏବଂ ତା ପରେ ସୂର୍ଯ୍ୟ କୁମାର ଯାଦବ ଏବଂ ସଞ୍ଜୁ ସାମ୍ସନ ମଧ୍ୟ ପାଭିଲିଓନ କୁ ଫେରିଯାଇଥିଲେ ଯାହାଦ୍ଵାରା ଟିମ୍ ଇଣ୍ଡିଆ ସଙ୍କଟରେ ପଡିଯାଇଥିଲା। ଇଶାନ୍ କିଶନ କିନ୍ତୁ ତାଙ୍କର ଖେଳ ଜାରି ରଖିଥିଲେ ଏବଂ ତାଙ୍କ ସହ ହାର୍ଦିକ ପାଣ୍ଡ୍ୟା ସାମିଲ ହୋଇଥିଲେ ଏବଂ ପାଳି କୁ ଆଗକୁ ନେଇଥିଲେ କିନ୍ତୁ ଇସାନ କିଶନ ଭୁଲ ସଟ୍ ଖେଳି ଆଉଟ୍ ହୋଇଥିଲେ ଯାହା ଦ୍ଵାରା ଇଣ୍ଡିଆ କୁ ଶକ୍ତ ଧକ୍କା ଲାଗିଥିଲା।

ପରେ ଅକ୍ଷର ଏବଂ ହାର୍ଦିକ ମିଶି କିଛି ଆକ୍ରମଣାତ୍ମକ ଖେଳ ଜରିରଖିଥିଲେ ଏବଂ କିଛି ସମୟ ପରେ ହାର୍ଦିକ ନିଜ ୱିକେଟ ଦେଇଦେଇଥିଲେ।ପରେ ଦୀପକ ହୁଡା ଅକ୍ଷର ଙ୍କ ସହ ମିଶି ଶେଷରେ ଭଲ ପାଳି ଖେଳିଥିଲେ ଏବଂ ଉଭୟ ଖେଳାଳି ନିଜ ମଧ୍ୟରେ ୭୦ ରନ ପାଖା ପାଖି ରନ କରିଥିଲେ ଯେଉଁଠି ହୁଡା ଙ୍କ ୪୪ ରନ ର ଆକର୍ଷିତ ପାଳି ଦେଖିବାକୁ ମିଳିଥିଲା ଏବଂ ସେମାନେ ୧୬୨ ରନ ର ବିଜୟ ଲକ୍ଷ୍ୟ ଦେଇଥିଲେ। ୧୬୨ ରନ ର ବିଜୟ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ବହୁତ ଶୀଘ୍ର ନିଜ ପ୍ରଥମ ୱିକେଟ ହରାଇଥିଲା।

ଏହି ମ୍ୟାଚ୍ ଦେଖିବା ସମୟରେ ଲୋକମାନେ ପୁଣିଥରେ ଧୋନିଙ୍କ କଥା କୁ ସାମ୍ନା କୁ ଆଣିଛନ୍ତି କାରଣ ଏହି ମ୍ୟାଚରେ ୯ ଓଭର ଚାଲିଥିବା ସମୟରେ ଉମ୍ରାନ ଙ୍କ ବଲ ରେ ଅସଲଙ୍କା କ୍ୟାଚ ଟେକିଦେଇଥିଲେ ଯାହା ୱିକେଟ କିପର ପଛକୁ ଯାଇଥିଲା କିନ୍ତୁ ଇସାନ୍ କିଶନ ଏହାକୁ ଧାଇଁ ଯାଇ ଡେଇଁ କରି ଏହି କ୍ୟଚ ଧରିଥିଲେ ଯାହାଦ୍ଵାରା ତାଙ୍କୁ ଧୋନି 2 ବୋଲି ମଧ୍ୟ କୁହାଯାଉଛି ।ଏହି କ୍ୟାଚ୍ କୁ ଅନେକ ଦିଗଜ ଖେଳାଳି ପ୍ରଶଂସା ମଧ୍ୟ କରିଛନ୍ତି ଏବଂ ଅନେକ ଦର୍ଶକ ଟୁଇଟ କରିଛନ୍ତି ଯେ ଏହିଭଳି କିପିଂ ରାହୁଲ ତାଙ୍କ କ୍ୟାରିଅର ରେ କେବେ କରିପାରିବେ ନାହିଁ କି ଏହିଭଳି କିପିଙ୍ଗ କରିପାରିବେ ନାହିଁ ।

ଅନେକ କହୁଛନ୍ତି ଯେ ରାହୁଲ ଙ୍କ କିପୀଙ୍ଗ କ୍ୟାରିଅର ଶେଷ ସମୟରେ ପହଞ୍ଚି ଯାଇଛି ।ଏହି ମ୍ୟାଚ୍ ରେ ଇଶନ ୨୯ ବଲରୁ ୩୭ ରନ କରିଥିଲେ ଯେଉଁଠି ୩ ଟି ୪ ସାଙ୍ଗକୁ ୨ ଟି ୬ ମଧ୍ୟ ସାମିଲ ରହିଛି ଏବଂ ହୁଡା ୨୦ ଟି ବଲ ରୁ ୪୪ ରନ ସଂଗ୍ରହ କରିଥିଲେ ଏବଂ ଅକ୍ଷର ୨୦ ଟି ବଲ ରୁ ୩୧ ରନ ସଂଗ୍ରହ କରିଥିଲେ ଯାହାଦ୍ଵାରା ଭାରତ ପ୍ରଥମରୁ ୱିକେଟ ହରାଇଥିଲେ ମଧ୍ୟ ୧୬୨ ରନ ର ଟାର୍ଗେଟ ଦେଇପରିଥିଲ ଏବଂ ବଲର ଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଏହି ମ୍ୟାଚ୍ କୁ ୨ ରନ ରେ ଜିତିପାରିଛି ।

Leave a Reply

Your email address will not be published. Required fields are marked *