ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ହାର୍ଦ୍ଦିକଙ୍କ ଟି୨୦ ଫର୍ମାଟରେ ନେତୃତ୍ବ ନେବା ଉପରେ ଦେଲେ କଡ଼ା ଚେତାବନୀ

୨୦୨୨ ଟି୨୦ ବିଶ୍ବକପରେ ଭାରତ ବିଫଳ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଫର୍ମାଟରେ କ୍ୟାପଟେନ ହୁଅନ୍ତୁ ବୋଲି କ୍ରିକେଟ ବିଶେଷଜ୍ଞ କହିଥିଲେ । ହେଲେ ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ କହିଛନ୍ତି ହାର୍ଦ୍ଦିକଙ୍କୁ ଟି୨୦ ଫର୍ମାଟରେ ନେତୃତ୍ବ ଦିଆନଯିବା ଟିମ ଇଣ୍ଡିଆ ପାଇଁ ଶୁଭଙ୍କର ହେବ । ଯଦି ପାଣ୍ଡ୍ୟାଙ୍କୁ କ୍ୟାପଟେନସିପ ଦାୟିତ୍ବ ଦିଆଯିବ ତାହେଲେ ଦଳ ଭବିଷ୍ୟତରେ ଏକ ଦକ୍ଷ ଅଲରାଉଣ୍ଡରକୁ ହରାଇବ । ଏକ ସାକ୍ଷାତକାରରେ ଇର୍ଫାନ ପଠାନ କହିଛନ୍ତି, “ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ବ କରିଛନ୍ତି । ସେ ଗୁଜୁରାଟ ଟାଇଟନ୍ସ ପାଇଁ ନେତୃତ୍ବ ନେଇଛନ୍ତି । ସେ ଟିମ ଇଣ୍ଡିଆର କିଛି ଟି୨୦ ମ୍ୟାଚରେ ମଧ୍ୟ ଅଧିନାୟକ ରହିଛନ୍ତି । ଏହା ସମ୍ପୂଣ୍ଣ ଭାବରେ ଭଲ କଥା ।

ଯେବେବି ତାଙ୍କ ଅଧିନାୟକତ୍ବ ଉପରେ ଆଲୋଚନା ହୁଏ ତାଙ୍କ କାର୍ଯ୍ୟଶୈଳୀ ମୋତେ ବେଶ୍ ପ୍ରଭାବିତ କରିଛି । ହେଲେ ବି-ସି-ସି-ଆଇକୁ ଏଥିପ୍ରତି ଧ୍ୟାନ ରଖିବାକୁ ହେବ ଯେ, ପାଣ୍ଡ୍ୟାଙ୍କୁ ଯଦି ଲମ୍ବା ସମୟ ପାଇଁ ଟି୨୦ ଫର୍ମାଟରେ କ୍ୟାପଟେନସିପ ପ୍ରଦାନ କରାଯାଉଛି, ତାହେଲେ ତାଙ୍କ ଫିଟନେସ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ପାଣ୍ଡ୍ୟା ତାଙ୍କ କ୍ୟାରିୟରରେ ଆଗକୁ ବଢିବା ବହୁତ ଜରୁରୀ । ତାଙ୍କ ଭଳି ସକ୍ରିୟ ଅଲରାଉଣ୍ଡର ଟିମ ଇଣ୍ଡିଆକୁ ବହୁତ ଆବଶ୍ୟକ କରେ” ।

ତେବେ ବନ୍ଧୁଗଣ ସୂଚନାଯୋଗ୍ୟ ଯେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ କିଛି ସମୟ ପାଇଁ ଟିମ ଇଣ୍ଡିଆରୁ ବାଦ ପଡିଥିଲେ । ପରେ ବର୍ଷ ୨୦୨୨ ଗୁଜୁରାଟ ଟାଇଟନ୍ସ ମାଧ୍ୟମରେ କ୍ରିକେଟ ମଇଦାନକୁ କମବ୍ୟାକ କରିଥିଲେ । ଗୁଜୁରାଟ ଟାଇଟନ୍ସ ପାଣ୍ଡ୍ୟାଙ୍କ ଉପରେ ଭରସା କରି ଦଳର ନେତୃତ୍ବ ତାଙ୍କୁ ଦେଇଥିଲା । ଶେଷରେ ବର୍ଷ ୨୦୨୨ ଆଇପିଏଲ ସଂସ୍କରଣରେ ଗୁଜୁରାଟ ପାଣ୍ଡ୍ୟାଙ୍କ କ୍ୟାପଟେନସିପରେ ଚମ୍ପିଆନ ହୋଇଥିଲା । ଆଇପିଏଲ ପରେ କ୍ରିକେଟ ମହଲରେ ପାଣ୍ଡ୍ୟାଙ୍କ ଅଧିନାୟକତ୍ବକୁ ନେଇ ବେଶ୍ ପ୍ରଶଂସା କରାଯାଇଥିଲା ।

ଏନେଇ ଇର୍ଫାନ ପଠାନ ଆହୁରି ମଧ୍ୟ କହିଛନ୍ତି “ପାଣ୍ଡ୍ୟାଙ୍କ ପିଠି ଯନ୍ତ୍ରଣା ପୁଣି ଥରେ ତାଙ୍କୁ ଅଡୁଆରେ ପକାଇପାରେ ।ପାଣ୍ଡ୍ୟାଙ୍କ ଉପରେ ଅଧିକା ଚାପ ରହିଲେ ସେ ତାଙ୍କ ସନ୍ତୁଳନ ହରାଇବାର ସମ୍ଭାବନା ମଧ୍ୟ ରହିଛି । ଯଦି ବି-ସି-ସି-ଆଇ ପାଣ୍ଡ୍ୟାଙ୍କ ହାତରେ ଦଳର କମାଣ ପ୍ରଦାନ କରେ ସିଏ ଆହତ ସମସ୍ୟା ଦେଇ ଗତି କରିବେ ତାହେଲେ ଟିମ ଇଣ୍ଡିଆ ପାଇଁ ଅଡୁଆ ବଢିପାରେ । ବି-ସି-ସି-ଆଇକୁ ପୁଣି ଥରେ ନୂଆ ଅଧିନାୟକ ଖୋଜିବାକୁ ପଡିବ”

Leave a Reply

Your email address will not be published. Required fields are marked *