ଟିମ୍ ଇଣ୍ଡିଆ ପାଇଁ ଆସିଲା ଭଲ ଖବର, ଦଳକୁ ଫେରିଲେ ବୁମରା

ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି।ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡିଯାଇଛନ୍ତି।ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି କିନ୍ତୁ ଯେବେଠାରୁ କ୍ରିକେଟ ରେ ଅନେକ ପ୍ରକାର ଲିଗ ମ୍ୟାଚ୍ ହେବାକୁ ଆରମ୍ଭ ହୋଇଛି ସେବେଠାରୁ କ୍ରିକେଟ୍ ର କ୍ରେଜ ସବୁଠାରେ ବଢ଼ିବାକୁ ଲାଗିଛି।

ବର୍ତମାନ ଭାରତ ଶ୍ରୀଲଙ୍କା ବିପକ୍ଷରେ ଆସନ୍ତା ତିନି ତାରିଖରୁ ରୁ ଟି ୨୦ ମ୍ୟାଚ୍ ଖେଳିବ ଏବଂ ଏହି ମ୍ୟାଚ୍ ରେ ହାର୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ କାର୍ଯ୍ୟ ତୁଲାଇବେ ଏବଂ ଏହି ଟି ୨୦ ସିରିଜ୍ ରେ ରୋହିତ , ବିରାଟ,ରାହୁଲ, ସେମି ପ୍ରଭୃତି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି କିନ୍ତୁ ସେମାନେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ଖେଳାଯିବ ଦେଖାଯିବେ ।

ଏହି ମ୍ୟାଚ୍ ରେ ଏଲ ରାଉଣ୍ଡର ଜାଡେଜା ଏବଂ ବୁମ୍ରାହ୍ ମଧ୍ୟ ସାମିଲ ହୋଇଛନ୍ତି ଯାହା ଏକ ଖୁସି ର ଖବର ,କାରଣ ଭାରତୀୟ ଦଳର ଏହି ଦୁଇ ପ୍ରମୁଖ ଖେଳାଳି ଆଘାତ କାରଣ ରୁ ବହୁ ଦିନ ହେବ ଖେଳ ଠାରୁ ଦୂରେଇ ରହିଛନ୍ତି।ଏମାନଙ୍କ ପ୍ରତ୍ୟାଗମନ ଦ୍ଵାରା ଭାରତୀୟ ଦଳ ଆହୁରି ମଜବୁତ୍ ହେବା ଏବଂ ରୋହିତ ଓ ବିରାଟ ଙ୍କ ଯୋଡ଼ି କିଛି ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିବ ।

ଭାରତୀୟ ଦଳରେ ଅଲ୍ ରାଉଣ୍ଡର ଭାବରେ ଏବେ ସୁନ୍ଦର ଏବଂ ଅକ୍ଷର ଏବଂ ଅଧିନାୟକ ହାର୍ଦିକ ଦାୟିତ୍ଵ ତୁଲାଉଛନ୍ତି ଏବେ ଏମାନଙ୍କ ସହ ଜାଡେଜା ମଧ୍ୟ ସାମିଲ ହୋଇଛନ୍ତି ,ଯାହାଦ୍ଵାରା ଭାରତୀୟ ଦଳର ମଧ୍ୟ କ୍ରମ ଆହୁରି ସୁଦୃଢ ହୋଇଯିବ,ଏବଂ ହେବାକୁ ଥିବା ବିଶ୍ଵ କୁପ୍ ରେ ବିଶ୍ଵ ବିଜେତା ହେବା ପାଇଁ ସତ ପ୍ରତିଶତ ଚେଷ୍ଟା ମଧ୍ୟ କରିବ 

Leave a Reply

Your email address will not be published. Required fields are marked *