ଏହି ମଣିଷ ଜୀବନ ରେ କେତେବେଳେ କାହା ସହ କେଉଁ ଘଟଣା ଘଟିବ ତାହା କହିହେବ ନାହିଁ।ମଣିଷ ଜୀବନ ରେ କିଛି କଥା ନିର୍ଦ୍ଧିଷ୍ଟ ନଥାଏ।କେଉଁ ସ୍ଥାନ ରେ କିପରି ସମୟ ପରିବର୍ତ୍ତନ ହୋଇଯିବ ତାହା କହିବା ଅସମ୍ଭବ।ଖୁସି ର ସମୟ କେତେବେଳେ ଯେ ଦୁଃଖ ରେ ପରିଣତ ହୋଇଯାଏ ଏବଂ ଦୁଃଖ ର ସମୟ କେତେବେଳେ ଯେ ସୁଖ ରେ ପରିଣତ ହୋଇଯାଏ ତାହା କାହାରିକୁ ଜଣା ନାହିଁ।ତେବେ ମାଆ ଙ୍କ ସହ ସମୟ ବିତାଇବା ପାଇଁ ତାଙ୍କ ପାଖକୁ ଯାଉଥିବା ଭାରତୀୟ ଯୁବଖେଳାଳି ରିଷଭ୍ ପନ୍ତ ଏକ ସାଙ୍ଘାତିକ ସଡ଼କ ଦୁ-ର୍ଘ-ଟ-ଣା ରେ ସମ୍ମୁଖୀନ ହୋଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ରିଷଭ୍ ଉତ୍ତରାଖଣ୍ଡ ରୁ ଦିଲ୍ଲୀ ଯାଉଥିବା ସମୟ ରେ ଦିଲ୍ଲୀ-ଡେରାଡୁନ ହାଇୱେ ର ଡିଭାଇଡର୍ ରେ ପିଟି ହୋଇଥିଲା ତାଙ୍କର ଗାଡ଼ି।ଫଳରେ ସେହି ଗାଡ଼ି ରେ ସଙ୍ଗେ ସଙ୍ଗେ ନି-ଆଁ ଲାଗିଯାଇଥିଲା।ତେବେ ଝରକା ଭାଙ୍ଗି ବାହାରକୁ ବାହାରି ଆସିଥିଲେ ଏବଂ ସେହି ନି-ଆଁ ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରିଷଭ୍।ଏହି ଦୁ-ର୍ଘ-ଟ-ଣା ରେ ସେ ଗୁରୁତର ଭାବରେ ଆ-ଘା-ତ ହୋଇଛନ୍ତି।ତେବେ ରୂର୍କୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଡେରାଡୁନ ର ମାକ୍ସ ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଛନ୍ତି।
ରିଷଭ୍ ଙ୍କ କହିବା ଅନୁଯାୟୀ ତାଙ୍କର ଆଖି ଲାଗିଯିବାରୁ ଗାଡ଼ି ତାର ନିୟନ୍ତ୍ରଣ ହରାଇଥିଲା ଫଳରେ ଦୁ-ର୍ଘ-ଟ-ଣା ଘଟିଥିଲା।ସୂଚନାଯୋଗ୍ୟ ଯେ ପନ୍ତ ତାଙ୍କ ମାଆଙ୍କୁ ସର୍ପ୍ରାଇଜ ଦେବା ପାଇଁ ତାଙ୍କ ଘରକୁ ଯାଉଥିଲେ।ସେହି ସମୟରେ ରାରି ଦୁ-ର୍ଘ-ଟ-ଣା ଘଟିଥିଲା।ତେବେ ଏହି ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି।ଏହି ସମ୍ବନ୍ଧ ରେ ସଡ଼କଦୁର୍ଘଟଣା ବିଶେଷଜ୍ଞ ବିକାଶ ମହାପାତ୍ର କହିଛନ୍ତି ଯେ ଫୁଟେଜ ରୁ ଦେଖି ଯାହା ଜଣାପଡୁଛି ଯେ ସେତେବେଳେ ଗାଡ଼ି ର ବେଗ ଅଧିକ ଥିଲା ।

କୁହୁଡି ଯୋଗୁଁ ଭଲ ଭାବରେ ଦେଖା ନଯିବାରୁ ଏପରି ଦୁ-ର୍ଘ-ଟ-ଣା ଘଟିଛି।ଆଉ ଆଖି ଲଗାଯାଇଥିବା କଥାରେ ସେ କହିଲେ କି ଯେତେବେଳେ ନିଦ ଲାଗୁଛି ସେତେବେଳେ କିଛି ସମୟ ପାଇଁ ରେଷ୍ଟ ନେଇ ଗାଡ଼ି ଚଳାଇବା ନିହାତି ଜରୁରୀ।ସୂଚନା ମିଳିଛି କି ପନ୍ତଙ୍କ ମୁଣ୍ଡ ଗୋଡ଼ ଏବଂ ହାତରେ ଗଭୀର ଆ-ଘା-ତ ଲାଗିଛି।ଏହି ପାଇଁ ସେ ବହୁତ ଦିନ ଧରି କ୍ରିକେଟ୍ ରୁ ଦୂର ମଧ୍ୟ ରହି ପାରନ୍ତି।ତେବେ ଆମ୍ଭେ ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛୁ କି ପନ୍ତ ଜଲଦି ଠିକ୍ ହୋଇଯାଆନ୍ତୁ