ବର୍ଷ ଆରମ୍ଭରୁ ୨୦୨୩ ବିଶ୍ୱକପ କ୍ରିକେଟ ପାଇଁ ବିସିସିଆଇ ପ୍ରସ୍ତୁତ କରିଛି ନିଜର ଚୁଡାନ୍ତ ଖେଳାଳି ଯେଉଁ ମାନଙ୍କ ଖେଳ ଉପରେ ରହିବ BCCI ର ନଜର । ଫିଟନେସ୍କୁ ଦୃଷ୍ଟିରେ ରଖି ୨୦ ଜଣିଆ ଖେଳାଳି ସର୍ଟଲିଷ୍ଟ ପ୍ରସ୍ତୁତ କରାଯାଇଛି ,ଏବଂ ଏବେ ଠାରୁ ସେମାନଙ୍କୁ ଅଧିକ ଖେଳିବାର ସୁଯୋଗ ଦିଆଯିବ ସାଙ୍ଗକୁ ସେମାନଙ୍କ ଉପରେ ଦୃଷ୍ଟି ରଖିବାକୁ ହେବ । ସେମାନଙ୍କୁ ବିଶ୍ୱକପ ଟିମ୍ରେ ସାମିଲ କରାଯିବ। ତେବେ ଏହା ପୂର୍ବରୁ ଏହି ଖେଳାଳିଙ୍କୁ ପର୍ଯ୍ୟାୟ କ୍ରମେ ଭାରତୀୟ ଟିମ୍ରେ ଖେଳିବାର ସୁଯୋଗ ଦିଆଯିବ।

ଆଜି ମୁମ୍ବାଇ ଠାରେ ଏକ ସେଭେନ ଷ୍ଟାର ହୋଟେଲରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିସିସିଆଇ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଆହତ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ ଖେଳାଳିମାନଙ୍କୁ ଆସୁଥିବା ଖେଳର ମହାପର୍ବ ଆଇପିଏଲ ଠାରୁ ଦୂରେଇ ଦୂରେଇ ରହିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହି ବୈଠକରେ ଭାରତ ର କୋଚ୍ ରାହୁଲ ଦ୍ରାବିଡ୍, କ୍ୟାପଟେନ ରୋହିତ ଶର୍ମା, ଏନ୍ସିଏ ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣ, ପୂର୍ବତନ ଚୟନକର୍ତ୍ତା ଚେତନ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।
ବିସିସିଆଇ ଅଧ୍ୟକ୍ଷ ରୋଜର ବିନି ଭିଡ଼ିଓ କଲ ଜରିଆରେ ବୈଠକରେ ଯୋଗ ଦେଇଥିଲେ।୨୦୨୨ରେ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ ଖେଳି ସେମି ଫାଇନାଲ ରେ ପରାଜୟର ସାମ୍ନା କରିଥିବା ଭାରତୀୟ ଟିମ୍ର ପରଫରମାନ୍ସକୁ ଓ ଖେଳ ଉପରେ ବୈଠକ ସମୀକ୍ଷା ବେଳେ ଆଲୋଚନା କରାଯାଇଥିଲା। ଶେଷରେ ବିସିସିଆଇ ପକ୍ଷରୁ ୩ଟି ପ୍ରମୁଖ ସୁପାରିଶ କରାଯାଇଛି। ପ୍ରଥମତଃ ଖେଳାଳିମାନେ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିବା ପରେ ଜାତୀୟ ଟିମ୍ରେ ସ୍ଥାନ ପାଇବା, ଦ୍ୱିତୀୟତଃ ଚୟନ ପର୍ଯ୍ୟାୟରେ ୟୋ ୟୋ ଟେଷ୍ଟ ବାଧ୍ୟତାମୂଳକ କରିବ।

ତୃତୀୟରେ ଭାରତୀୟ କ୍ରିକେଟ ଟିମ୍ର ଭବିଷ୍ୟତ ଟୁର ପୋଗ୍ରାମ ଓ ୨୦୨୩ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଆପିଏଲ୍ରେ ଭାରତୀୟ ଖେଳାଳିଙ୍କୁ ଟାର୍ଗେଟ କରିବା ଉପରେ ନିୟନ୍ତ୍ରଣ ଜାରି କରିବା।୨୦୨୩ରେ ଭାରତୀୟ ଟିମ୍ ୩୫ ଟି ମ୍ୟାଚ୍ ଖେଳିବ। ଯାହା ଭିତରେ ଜାନୁଆରୀ ମାସରେ ତିନି ତାରିଖରୁ ଶ୍ରୀଲଙ୍କା ବିରୋଧରେ ନିଜ ମାଟିରେ ଭାରତ ୩ଟି ମ୍ୟାଚ୍ ଖେଳିବ। ଏହା ପରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସହ ମଧ୍ୟ ଖେଳିବାର ରହିଛି ।ତେବେ ଭାରତୀୟ ଟିମ୍ରେ ଭଲ ଖେଳାଳିମାନଙ୍କୁ ସ୍ଥାନ ଦେଇ ବିଶ୍ୱକପ୍କୁ ନିଜ ନାମରେ କରିବା ନିମନ୍ତେ ବିସିସିଆଇ ଏହି ବୈଠକ କରିଥିବା ଜଣାପଡ଼ିଛି।